ଫେଷ୍ଟିଭ ସିଜିନ ଆରମ୍ଭ ପୂର୍ବରୁ ଏୟାର କମ୍ପାନୀମାନେ ଶସ୍ତାରେ ଟିକେଟ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି. ଗୋ ଏୟାର ଏବଂ ଏୟାର ଏସିଆ କମ୍ପାନୀ ଏହି ଧମାକେଦାର ଅଫରକୁ ଲଞ୍ଚ୍ କରିଛନ୍ତି. ଯାତ୍ରୀମାନେ ସେମାନଙ୍କ ଟିକେଟକୁ 1099 ଟଙ୍କାରୁ ଆରମ୍ଭ କରିପାରିବେ. ଗୋ ଏୟାର ଲଞ୍ଚ୍ କରିଥିବା ଅନୁସାରେ ଯାତ୍ରୀମାନେ ସେମାନଙ୍କ ଟିକେଟକୁ 1099 ଟଙ୍କାରୁ ବୁକ୍ କରିପାରିବେ ଏବଂ 10 ସେପ୍ଟେମ୍ବରରୁ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ଯାତ୍ରୀମାନେ ଯାତ୍ରା କରିପାରିବେ. ତେବେ ଏୟାର ଏସିଆ କେବଳ ଦିଲ୍ଲୀବାସୀଙ୍କ ପାଇଁ ଏହି ଅଫର ଆଣିଛି ଯାହାଦ୍ୱାରା ଯାତ୍ରୀମାନେ 2399 ଟଙ୍କାରେ ଟିକେଟ ବୁକ କରିପାରିବେ. ତେବେ ଏହାକୁ 16 ସେପ୍ଟେମ୍ବର ଭିତରେ ବୁକ୍ କରିବାକୁ ପଡିବ ଏବଂ 17 ଫେବୃୟାରୀ 2019 ଯାଏଁ ଯାତ୍ରୀମାନେ ଯାତ୍ରା କରିପାରିବେ. ଦିଲ୍ଲୀରୁ ଗୁଆହାଟୀ ଯାଏଁ ଯାତ୍ରା କରିବାକୁ ଯାତ୍ରୀଙ୍କୁ 2883 ଟଙ୍କା ଖର୍ଚ୍ଚ କରିବାକୁ ପଡିବ

LEAVE A REPLY

Please enter your comment!
Please enter your name here