ଭାରତୀୟ ଟେଲିକମ୍ ସେକ୍ଟରରେ ଜିଓ ଠାରୁ ଭାରତୀୟ ଏୟାରଟେଲ୍ ପଛରେ ପଡିଯାଇଛି. ଟେଲିକମ୍ ସେକ୍ଟରରେ ବଢୁଥିବା ପ୍ରତିଯୋଗୀତାରେ ଏୟାରଟେଲ ନିଜର 168 ଟଙ୍କାର ପ୍ଲାନକୁ ବଦଳାଇଛି. ବଦଳିଥିବା ଏହି ପ୍ଲାନର ସୁବିଧା ଦିଲ୍ଲୀ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟର ଲୋକଙ୍କୁ ଦିଆଯାଇଛି. ବଦଳିଥିବା 168 ଟଙ୍କାର ପ୍ଲାନରେ ବ୍ୟବହାରକାରୀମାନେ ପ୍ରତିଦିନ 1 ଜିବି/2ଜି/3ଜି/4ଜି ଡାଟା ସହ 100 ଏସଏମେସ୍, ଲୋକାଲ୍, ଏସଟିଡି କଲ୍ ସହ  ରୋମିଂରେ ଅନଲିମିଟେଡ୍ କଲିଂର ସୁବିଧା ପାଇପାରିବେ. ଏହି ପ୍ଲାନର ଅବଧି 28 ଦିନ ଥିବାବେଳେ ଏହି ପ୍ଲାନରେ ସମୁଦାୟ 28 ଜିବି ଡାଟା ବ୍ୟବହାରକାରୀଙ୍କୁ ମିଳିବ. ଟେଲିକମ୍ ଟଲ୍କ୍ ର ରିପୋର୍ଟ ଅନୁସାରେ, ଏହି ପ୍ଲାନରେ ଏୟାରଟେଲ୍ ତରଫରୁ ହ୍ୟାଲୋ ଟ୍ୟୁନ୍ ଓ କଲର୍ ଟ୍ୟୁନ୍ ସେବାର ଫ୍ରି ସବକ୍ରିପସନ୍ ଉପଭୋକ୍ତାଙ୍କୁ ଦିଆଯିବ. ଏହି ପ୍ଲାନର ପ୍ରଥମରେ ଏହି ସବୁ ସୁବିଧାଗୁଡିକ ସହ 20 ଦିନର ଅବଧି ରଖାଯାଇଛି. ପ୍ରଥମକରି ରିଚାର୍ଜ କରୁଥିବା ପ୍ରିପେଡ୍ ଗ୍ରାହକଙ୍କ ପାଇଁ କିଛିଦିନ ପୂର୍ବରୁ କମ୍ପାନୀ 5 ଟି ନୂଆ ପ୍ଲାନ ଆଣିଥିଲା. ଏହି ପ୍ଲାନରେ ଫାର୍ଷ୍ଟ ରିଚାର୍ଜ ର ମୂଲ୍ୟ 168 ଟଙ୍କା ରୁ ଆରମ୍ଭ କରି 559 ଟଙ୍କା ପର୍ଯ୍ୟନ୍ତ ରହିଛି. ଏଥିରେ 126 ଜିବି ପର୍ଯ୍ୟନ୍ତ ଡାଟା ଦିଆଯାଇଛି.ଏୟାରଟେଲ୍ ର ଏହି କମ୍ବୋ ପ୍ଲାନରେ ଡାଟା ସହ ଅନଲିମିଟେଡ କଲିଂ ଓ ଏସଏସଏସ ର ସୁବିଧା ଦିଆଯାଇଛି.

LEAVE A REPLY

Please enter your comment!
Please enter your name here