ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ସାଓମୀ 19 ସେପ୍ଟେମ୍ବରରେ ଚୀନରେ ନିଜର ନୂଆ ହ୍ୟାଣ୍ଡସେଟ Xiaomi Mi 8 କୁ ଲଞ୍ଚ୍ କରିବାକୁ ଯାଉଛି. ଖବର ଅନୁସାରେ କମ୍ପାନୀ Mi 8X କିମ୍ବା Mi 8 ଭିତରୁ ଗୋଟିଏକୁ ଲଞ୍ଚ୍ କରିପାରେ. ଏହି ଫୋନକୁ ନେଇ ସାଓମୀ ତରଫରୁ କିଛି ସୂଚନା ମଧ୍ୟ ଆସିଛି. ଚୀନର ମାଇକ୍ରୋବ୍ଲଗିଂ ସାଇଟରେ କମ୍ପାନୀ ମିଡିଆ ଇନଭାଇଟକୁ ପୋଷ୍ଟ କରିଛି. ଇନଭାଇଟରେ କେବଳ Mi 8 ଲଞ୍ଚ୍ ହେବ ବୋଲି କୁହାଯାଇଛି. Mi 8 Youth ରେ 6.2 ଇଞ୍ଚର ଡିସପ୍ଲେ ରହିଛି. ଏହାର ପିକ୍ସଲ ରିସଲ୍ୟୁସନ  2280 x 1080  ଏବଂ  ଆସପେକ୍ଟ ରେସିଓ 19:9  ରହିଛି. ଏହା ସହ 6 ଜିବି ରାମ ସହ 64 ଜିବି ଇଣ୍ଟରନାଲ ମେମୋରୀ ରହିଛି. ଫ୍ରଣ୍ଟ କ୍ୟାମେରା 24 ମେଗାପିକ୍ସଲ ହୋଇଥିବାବେଳେ 12 ଓ 5 ମେଗାପିକ୍ସଲର ଡୁଆଲ ରିୟର କ୍ୟାମେରା ମଧ୍ୟ ଅଛି.

LEAVE A REPLY

Please enter your comment!
Please enter your name here