ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଉପସ୍ଥାପନ କରିଥିବା ପୂର୍ଣ୍ଣାଙ୍ଗ ବଜେଟରେ ପେଟ୍ରୋଲ, ଡିଜେଲ ଓ ସୁନା ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଏସବୁରେ ଏକ୍ସାଇଜ ଡ୍ୟୁଟି ଓ ସେସ୍‌ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିବାରୁ ଆଗାମୀ ଦିନରେ ଏସବୁ ସାମଗ୍ରୀର ମୃଲ୍ୟ ବୃଦ୍ଧି ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ପରିମାଣର ବୃଦ୍ଧି ପାଉଥିବାରୁ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ଓ ସେସ୍‌ରେ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ଅର୍ଥମନ୍ତ୍ରୀ। ଏବେ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ ଡ୍ୟୁଟି ଏବଂ ସେସ ବୃଦ୍ଧି କରାଯିବ। ସେହିପରି ସରକାର ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସୁନା ଓ ଅନ୍ୟ ମୂଲ୍ୟବାନ ଧାତୁର ଦର ମଧ୍ୟ ବୃଦ୍ଧି ପାଇବ।ଏହି ମୂଲ୍ୟବାନ ଧାତୁ ଉପରେ ଉତ୍ପାଦ ଶୁଳ୍କ ୨.୫% ବୃଦ୍ଧି କରାଯାଇଛି। ଏବେ ଏହା ୧୦%ରୁ ବୃଦ୍ଧି ପାଇଁ ୧୨.୫%ରେ ପହଞ୍ଚିଛି। ସେହପରି ଆମଦାନୀ ହେଉଥିବା ବହି ଉପରେ ୫% ଉତ୍ପାଦ ଶୁଳ୍କ ଲାଗୁ ହୋଇଛି।

LEAVE A REPLY

Please enter your comment!
Please enter your name here