ଭିଡିଓକନ୍ ଲୋନ୍ କୁ ନେଇ ବିବାଦ ଘେରରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ସିଇଓ ଚନ୍ଦା କୋଚର ନିଜ ପଦବୀରୁ ଇସ୍ତପା ଦେଇଛନ୍ତି. ସେ ଏହି ଇସ୍ତଫା ପତ୍ରକୁ ଗୁରୁବାର ଦିନ ଅର୍ଥାତ ଆଜି ଦେଇଛନ୍ତି. ବର୍ତ୍ତମାନ ତାଙ୍କ ଜାଗାରେ ସନ୍ଦୀପ ବକ୍ସିଙ୍କୁ ବ୍ୟାଙ୍କ୍ ର ନୂଆ ସିଏମଡି ଭାବେ ଦାୟିତ୍ୱ ଭାର ଦିଆଯାଇଛି. ଚନ୍ଦାଙ୍କ ଇସ୍ତଫା ପରେ ବ୍ୟାଙ୍କ୍ ର ଶେୟାର କୁ ପାଖାପାଖି 5 ପ୍ରତିଶତ ବଢାଇ ଦିଆଯାଇଛି. ଏହି ଖବରକୁ ଗୁରୁବାରଦିନ ବ୍ୟାଙ୍କ ତରଫରୁ ଘୋଷଣା କରାଯାଇଛି. କୋଚରଙ୍କ ଇସ୍ତଫା ପତ୍ରକୁ ଏହି କମିଟି ତୁରନ୍ତ ଗ୍ରହଣ କରିନେଇଛି ଏବଂ ଚନ୍ଦାଙ୍କ ଇସ୍ତଫା ଫଳରେ ଏହି କମିଟି ଦ୍ୱାରା କରାଯାଉଥିବା ଯାଞ୍ଚ୍ ଉପରେ କିଛି ପ୍ରଭାବ ପଡିବନି ବୋଲି ବୋର୍ଡ ଅଫ୍ ଡାଇରେକ୍ଟର କହିଛି. ସନ୍ଦୀପ ବକ୍ସିଙ୍କୁ ବ୍ୟାଙ୍କ ଉଭୟ ମ୍ୟାନେଜିଂ ଡାଇରେକ୍ଟର ଓ ଚିଫ୍ ଏକ୍ସକ୍ୟୁଟିଭ୍ ଅଫିସର୍ ଭାବେ ନିଯୁକ୍ତ କରିଛି .ସନ୍ଦୀପଙ୍କ କାର୍ଯ୍ୟକାଳ 3 ଅକ୍ଟୋବର 2023 ପର୍ଯ୍ୟନ୍ତ ରହିବ.

LEAVE A REPLY

Please enter your comment!
Please enter your name here