ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ପାଇଁ ଏକ ଖୁସି ଖବର. OnePlus ର ଫ୍ଲାଗସିପ୍ ସ୍ମାର୍ଟଫୋନ୍ OnePlus 6 ଆମାଜନ୍ ଗ୍ରେଟ୍ ଇଣ୍ଡିଆରେ ସେଲ୍ ମଧ୍ୟରେ ବର୍ତ୍ତମାନ ଏହା ଗ୍ରାହକଙ୍କୁ ଶସ୍ତାରେ ମିଳିବ. ତେବେ ଏହା ଶସ୍ତାରେ ମିଳିବାର କାରଣ ଦୁଇଟା ହୋଇପାରେ. ପ୍ରଥମତଃ ଆଗକୁ ପୂଜା ସିଜିନ୍ ଆସୁଥିବାରୁ ଏହି ସ୍ମାର୍ଟ ଫୋନ୍ ର ମୂଲ୍ୟ ହ୍ରାସ ହେଉଛି କିମ୍ବା କମ୍ପାନୀ OnePlus 6T ଲଞ୍ଚ୍ କରିବ ବୋଲି ଏହି ଫୋନ୍ ର ମୂଲ୍ୟ କମୁଛି. ତେବେ ଏହି ସେଲ୍ ଅକ୍ଟୋବର 10 ତାରିଖରୁ ଆମାଜନ୍ ଗ୍ରେଟ୍ ଇଣ୍ଡିଆରେ ଆରମ୍ଭ ହୋଇ 5 ଦିନ ପର୍ଯ୍ୟନ୍ତ ଚାଲିବ. ଆମାଜନର ସୂଚନା ଅନୁସାରେ, ଏହି ସେଲ୍ ମଧ୍ୟରେ OnePlus 6 ଉପରେ 5000 ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ମିଳିବ. ତେବେ ଏହି ଫୋନ୍ ର ମୂଲ୍ୟ 34,999 ଟଙ୍କା ରହିଥିବା ବେଳେ  ସେଲ୍ ମଧ୍ୟରେ ଗ୍ରାହକ ଏହାକୁ 29,999 ଟଙ୍କାରେ ପାଇପାରିବେ. ଖୁସିର କଥା ଏହା ଯେ, ଲଞ୍ଚ୍ ପରେ କମ୍ପାନୀ ପ୍ରଥମଥର ପାଇଁ ଏହାକୁ ଡିସକାଉଣ୍ଟରେ ବିକ୍ରି କରୁଛି. OnePlus 6T ର ଲଞ୍ଚ ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଆସନ୍ତା ମାସରେ ଲଞ୍ଚ୍ ହୋଇପାରେ. ତେବେ ଏହାର ଲଞ୍ଚ୍ ପରେ କମ୍ପାନୀ OnePlus 6 ର ଉତ୍ପାଦନକୁ ବନ୍ଦ କରିଦେଇପାରେ.

LEAVE A REPLY

Please enter your comment!
Please enter your name here