ଲମ୍ବା ସମୟର ଅପେକ୍ଷା ପରେ ଶେଷରେ ରିଲିଜ୍ ହେବ ବଲିଉଡ୍ ଫିଲ୍ମ ‘ମୋହଲ୍ଲା ଅସି’.ଆସନ୍ତା ନଭେମ୍ବର ମାସ 16 ତାରିଖରେ ସାରାଦେଶର ସିନେମା ହଲରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି. କହିବାକୁ ଗଲେ କାଶୀ ବାସିନ୍ଦାଙ୍କ ପାଇଁ ଏହି ସିନେମାଟି ଅତି ଖାସ୍ ରହିବ. ବହୁକାଳୀନ ଧରି  କାନୁନ ଯୁଦ୍ଧ ଭିତରେ ଥିବା ଏହି ଫିଲ୍ମ ଶେଷରେ ସବୁ ବାଧାବିଘ୍ନକୁ ପାରି କରି ବଡ ପରଦା ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ପ୍ରସ୍ତୁତ ହୋଇଛି. ଏହି ସିନେମାଟିର ସୁଟିଂ ବାରଣାସୀର ରାମ ନଗର ଦୁର୍ଗ ଓ କାଶୀର ଅଶୀ ଘାଟ୍ ରେ ପାଖାପାଖି 7 ବର୍ଷ ଧରି ହୋଇଥିଲା. ହେଲେ ବିବାଦ କାରଣରୁ ସିନେମାଟି ରିଲିଜ୍ ହୋଇପାରୁନଥିଲା. ତେବେ ଏହି ସିନେମାରେ ସନ୍ନି ଦେଓଲ, ସାକ୍ଷୀ ତନୱର ଓ ରବି କିଶନଙ୍କୁ ଦର୍ଶକ ମୁଖ୍ୟ ଚରିତ୍ରରେ ଦେଖିବାକୁ ପାଇବେ. କିଛି ଅସ୍ପଷ୍ଟ ଭାଷା କାରଣରୁ ଏହି ଫିଲ୍ମଟି ବିବାଦ ଘେର ଭିତରକୁ ଆସିଥିଲା. ଯାହାଫଳରେ ସେନ୍ସର ବୋର୍ଡ ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇଥିଲେ. ଫିଲ୍ମର ପ୍ରିମିୟର ବନାରସରେ ହେବାକୁ ଥିବା ବେଳେ ସନ୍ନି ଦେଓଲ ଓ ଧର୍ମେନ୍ଦ୍ର ମଧ୍ୟ ଆସିବେ. ଯାହାଫଳରେ ଫିଲ୍ମର ପୁରା ଷ୍ଟାରକାଷ୍ଟକୁ ପୁଣିଥରେ କାଶୀରେ ଦେଖିବାକୁ ମିଳିବ.

 

 

LEAVE A REPLY

Please enter your comment!
Please enter your name here