କ୍ୟାନସର ପୀଡିତଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ. ଡିସେମ୍ବର 25 ତାରିଖକୁ ବଡ ଦିନ ରୂପେ ପାଳନ କରିବା ପାଇଁ ସମସ୍ତେ ବିଶେଷ କରି ଖ୍ରୀଷ୍ଟିୟାନ ଭାଇଭଉଣୀମାନେ ଦୀର୍ଘ ଏକ ବର୍ଷ କାଳ ଅପେକ୍ଷା କରି ରହିଥାନ୍ତି. ସାଧାରତଃ ଖ୍ରୀଷ୍ଟମାସରେ ଛୋଟ ପିଲାମାନେ ସାନ୍ତା କ୍ଲଜ ଦେଖିବାକୁ ବେଶି ଭଲପାଇଥାନ୍ତି. ବିଶେଷ କରି ଏହିଦିନରେ ସାନ୍ତାକ୍ଲଜ ଆସି ଛୋଟ ପିଲାଙ୍କୁ ବିଭିନ୍ନ ପ୍ରକାର ଗିଫ୍ଟ ଦେଇଥାନ୍ତି ବୋଲି ଅନେକଙ୍କ ଧାରଣା ରହିଛି. ସେଥିପାଇଁ ଏହି ଦିନଟି ଛୋଟ ପିଲାଙ୍କ ପାଇଁ ବେଶ ଖାସ୍ ହୋଇଥାଏ. ଅନ୍ୟପଟେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଚଳିତ ବର୍ଷ ଖ୍ରୀଷ୍ଟମାସ ପାଳନ କରିବା ପାଇଁ ପହଞ୍ଚିଥିଲେ ଟାଟା ମେମୋରିଆଲ ହସ୍ପିଟାଲରେ. ଯେଉଁଠି ସେ କ୍ୟାନସର ରୋଗରେ ପୀଡିତ ପିଲାଙ୍କ ସହ ଅନେକ ସମୟ ବିତାଇଥିଲେ ଏବଂ ସେମାନଙ୍କୁ ଗିଫ୍ଟ ମଧ୍ୟ ପ୍ରଦାନ କରିଥିଲେ. ପିଲାମାନେ ତାଙ୍କୁ ଦେଖି ଅନେକ ଖୁସି ଅନୁଭବ ମଧ୍ୟ କରିଥିଲେ.

LEAVE A REPLY

Please enter your comment!
Please enter your name here