ହଁ, ଅଭିନେତାଙ୍କ ବାପାଙ୍କ ଭବିଷ୍ୟବାଣୀ. ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହୁଛୁ ଯିଏ 41 ବର୍ଷ ପୂର୍ବେ ଯେଉଁ ଭବିଷ୍ୟବାଣୀ କରିଥିଲେ, ଆଜି ତାହା ସତ ହୋଇଛି. କହିବାକୁ ଗଲେ, ଅମ୍ବାନୀ ପରିବାର କେବଳ ଦେଶ ନୁହେଁ ବରଂ ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି. ତେବେ ଏହାର ସମସ୍ତ ଶ୍ରେୟ ଧୀରୁଭାଇ ଅମ୍ବାନୀଙ୍କୁ ଯାଉଛି, କାରଣ ସେ ନିଜ କଠିନ ପରିଶ୍ରମ ଓ ବିଶ୍ୱାସ ବଳରେ ଆଜି କୋଟି କୋଟି ଟଙ୍କାର କମ୍ପାନୀ ଠିଆ କରିଛନ୍ତି. ଧୀରୁଭାଇ ଜଣେ ସଫଳ ବ୍ୟବସାୟୀ ରୂପେ ପରିଗଣିତ ହେବା ପୂର୍ବରୁ ସେ ଗରିବ ପଣିଆକୁ ଦେଖିସାରିଥିଲେ, ଯେତେବେଳେ ସେ ମୁମ୍ବାଇରେ ଭେଲପୁରୀ ବିକ୍ରି କରୁଥିଲେ. ଗୋଟିଏ ଦିନ ସେ ଦୁନିଆରେ ଏକା ରାଜ୍ କରିବେ ବୋଲି ସେହି ସମୟରେ ଜଣେ ବ୍ୟକ୍ତି ଭବିଷ୍ୟବାଣୀ କରିଥିଲେ, ଯାହାକୁ ଶୁଣି ଧୀରୁଭାଇ ହସିବାକୁ ଲାଗିଥିଲେ. ଶେଷରେ ଏମିତି ଗୋଟିଏ ଦିନ ଆସିଲା ଯେ, 1977 ମସିହାରେ ଧୀରୁଭାଇ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ସ୍ଥାପନ କଲେ. ତେବେ ଧୀରୁଭାଇଙ୍କ ବିଷୟରେ ଏମିତି ଭବିଷ୍ୟବାଣୀ କରିଥିବା ବ୍ୟକ୍ତି ଆଉ କେହି ନୁହେଁ ବରଂ ଜ୍ୟାକି ସଫ୍ ଙ୍କ ପିତା କାକୁଲାଲ୍ ସଫ୍ ଥିଲେ.