ପୁଲିସ ଓ ସେବାୟତଙ୍କ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବିବାଦର ସମାଧାନ ପରେ ଶ୍ରୀମନ୍ଦିରର ଭିତର କବାଟ ଶୁକ୍ରବାର ସନ୍ଧ୍ୟାରେ ଖୋଲିଛି। ଶ୍ରୀମନ୍ଦିର ଭିତର କବାଟ ପ୍ରାୟ ସାଢ଼େ ୧୩ ଘଣ୍ଟା ପରେ ଖୋଲିଥିବାରୁ ଭକ୍ତଙ୍କ ମନରେ ଉତ୍ସାହ ଦେଖାଦେଇଛି । କାଳିଆକୁ ଟିକେ ପାଖରୁ ଦେଖିବାକୁ ଭାବ ବିହ୍ୱଳ ହୋଇ ପଡିଥିଲେ ଭକ୍ତ । ହଜାର ହଜାର ଶ୍ରଦ୍ଧାଳୁ ଦିନ ତମାମ ତିନି ଠାକୁର ଓପାସରେ ରହିବା ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଥିଲା । କେହି କେହି ଭକ୍ତ ଭାବ ବିହ୍ୱଳ ହୋଇ କାନ୍ଦୁଥିବା ଲକ୍ଷ୍ୟ କରାଯାଇଥିଲା । ଦିନ ତମାମ ସମସ୍ୟାର ସମାଧାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ ସେବାୟତମାନେ ସେମାନଙ୍କ ଜିଦରୁ ଓହରିନଥିଲେ । ଏପରିକି ପ୍ରଶାସନ ଅସହାୟତା ପ୍ରକାଶ କରିଥିଲା । ଶ୍ରୀମନ୍ଦିର ପ୍ରଶାସନ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ପାଇଁ ସେବାୟତଙ୍କ ବିବେକ ଉପରେ ଛାଡିଦେଇଥିଲା । ଶେଷରେ ସନ୍ଧ୍ୟାରେ ସେବାୟତମାନେ କାର୍ଯ୍ୟରେ ଯୋଗ ଦେଇଥିଲେ । ଶ୍ରୀଜିଉଙ୍କ ନିତିକାନ୍ତି ଆରମ୍ଭ କରାଯାଇଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here