ଅଭିନେତ୍ରୀ ଶେଫାଳୀଙ୍କ ବାସଭନରେ ଫରେନ୍ସିକ୍ ଟିମ୍ ଏଵଂ ମୁମ୍ବାଇ ପୁଲିସ୍ ପହଞ୍ଚିଛି। ମୃତ୍ୟୁ ପଛର କାରଣ ହୃଦଘାତ ନା ଆଉ କିଛି ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ । ସମ୍ପର୍କୀୟ ,ରୋଷେୟା ଓ ଅନ୍ୟ ଘରୋଇ ସହାୟକଙ୍କୁ ଜେରା କରାଯାଉଛି । ଅନ୍ୟପଟେ କୁପର ହସ୍ପିଟାଲରେ ଶେଫାଳୀଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ମିଳିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି ପୁଲିସ କହିଛି । ୨୦୦୨ ମସିହାରେ ମ୍ୟୁଜିକ୍ ଭିଡିଓ କାଣ୍ଟା ଲଗାରୁ ଷ୍ଟାର୍ ପାଲଟିଥିଲେ ଶେଫାଳୀ । ସେ ମଡେଲ୍ ଓ ଅଭିନେତ୍ରୀ ଭାବେ ବିଭିନ୍ନ ବିଜ୍ଞାପନ, ମ୍ୟୁଜିକ୍ ଭିଡିଓ ଓ ସିନେମାରେ ଅଭିନୟ କରିଥିଲେ । ୪୨ବର୍ଷ ବୟସରେ ଅଭିନେତ୍ରୀଙ୍କ ବିୟୋଗ ପ୍ରଶଂସକଙ୍କୁ ମର୍ମାହତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ କଳା ଜଗତରେ ଶୋକର ଛାୟା ଖେଳିଛି ।













