ରଂଗ ଭିତରେ ନାଲି ରଂଗ ହେଉଛି ସବୁଠୁ ଖାସ୍. କାରଣ ଏହି ନାଲି ରଂଗ ହେଉଛି ପ୍ରେମର ପ୍ରତୀକ. ଆଉ ଯଦି ରୋଜ୍ ଡେ’ରେ କିଏ ଆପଣଙ୍କୁ ଗୋଟିଏ ଗୋଲାପ ଫୁଲ ଉପହାର ଦେଉଛି, ତାହେଲେ ଆପଣ ବୁଝିଯିବେ ଯେ, ସେ ଆପଣଙ୍କୁ କେତେ ଭଲପାଆନ୍ତି. ଜଣେ ବ୍ୟକ୍ତି ମନରେ ଥିବା ଗଭୀର ଓ ପବିତ୍ର ଭଲପାଇବାକୁ ଗୋଟିଏ ଗୋଲାପ ଫୁଲ ହିଁ ବୁଝାଇଥାଏ. ଆଉ ଏହାକୁ ନେଇ ଆରମ୍ଭ ହୋଇଛି ପ୍ରେମ ଋତୁ. ପ୍ରତିବର୍ଷ ଫେବୃୟାରୀ 7ରୁ 14 ତାରିଖ ପର୍ଯ୍ୟନ୍ତ ଦିନକୁ ପ୍ରେମ ସପ୍ତାହ ରୂପେ ପାଳନ କରାଯାଏ. ଏହାକୁ ନେଇ ପ୍ରେମୀ ଯୁଗଳମାନେ ଅତି ଉତ୍ସାହିତ ଥାଆନ୍ତି. 7ରୁ14 ପର୍ଯ୍ୟନ୍ତ ପାଳିତ ହେଉଥିବା ପ୍ରେମ ସପ୍ତାହର ପ୍ରଥମ ଦିନକୁ ରୋଜ୍ ଡେ ରୂପେ ପାଳନ କରାଯାଏ. ଦ୍ୱିତୀୟ ଦିନକୁ ପ୍ରପୋଜ ଡେ, ତୃତୀୟ ଦିନକୁ ଚକଲେଟ ଡେ, ପରେ ପରେ ଟେଡି ଡେ, ପ୍ରୋମିଜ ଡେ, ହଗ୍ ଡେ, କିସ୍ ଡେ ଓ 14 ତାରିଖକୁ ଭାଲେଣ୍ଟାଇନ ଡେ ରୂପେ ପାଳନ କରାଯାଏ. ଅନ୍ୟପଟେ ଗତ ବର୍ଷ ଭାଲେଣ୍ଟାଇନ ଡେ’ରେ ଧମାଲ ରଚାଇଥିବା ପ୍ରିୟା ପ୍ରକାଶ ୱାରିଅର ଚଳିତ ଥର ମଧ୍ୟ ଦର୍ଶକଙ୍କ ପାଇଁ ଏକ ନୂଆ ଭେଟି ଆଣିଛନ୍ତି. ଗତବର୍ଷ ପ୍ରିୟାଙ୍କ 26 ସେକେଣ୍ଡର ଭିଡିଓ ସାରାଦେଶରେ ଧୂମ୍ ମଚାଇଥିଲା. ଆଉ ଏ ବର୍ଷ ମଧ୍ୟ ଭାଲେଣ୍ଟାଇନ ଡେ ରେ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ତାଙ୍କର ଏକ ନୂଆ ଭିଡିଓ ‘ଓରୁ ଆଦାର ଲଭ୍’ ରିଲିଜ ହୋଇଯାଇଛି ଏବଂ ଏହା 14 ଫେବୃୟାରୀରେ ରିଲିଜ ହେବ ବୋଲି ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here