କରନ ଜୋହର । ବଲିଉଡ ଦୁନିଆର ବେଶ୍ ପ୍ରତିଷ୍ଠିତ ପ୍ରଯୋଜକ ତଥା ନିର୍ଦ୍ଦେଶକ । ଅନେକ ସମୟରେ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି କିଛି ହିଟ୍ ମୁଭି । କରନଙ୍କ ଅଧିକାଂଶ ଫିଲ୍ମରେ ନୂଆ ଅଭିନେତା ଓ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳେ । ତେବେ ୪୬ ବର୍ଷ ବୟସରେ ପାଦ ଦେଇଥିବା କରନ୍ ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି । ହେଲେ ସରୋଗେସି ମାଧ୍ୟମରେ ସେ ୨ସନ୍ତାନଙ୍କ ଜନକ ହୋଇଛନ୍ତି । ଏବେ ବି ଫ୍ୟାନମାନଙ୍କ ମଧ୍ୟରେ ତାଙ୍କ ବିବାହକୁ ନେଇ ଆସେ ଅନେକ ପ୍ରଶ୍ନ । ନିକଟରେ ରେଡିଓ ଶୋ କଲିଂ କରନ୍’ ମାଧ୍ୟମରେ ସେ ବିବାହ କରିବାକୁ ମନସ୍ଥ କରିଥିବା କହିଛନ୍ତି. ଏହି କାର୍ଯ୍ୟକ୍ରମରେ ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତରରେ କରନ୍ କହିଛନ୍ତି ଯେବେ ତାଙ୍କୁ ଉପଯୁକ୍ତ ଜୀବନସାଥୀ ମିଳିଯିବେ ତେବେ ସେ ବିବାହ କରିବେ । ଏହାପୂର୍ବରୁ ମଧ୍ୟ କରନ୍ କହିଥିଲେ କ୍ରିକେଟ ଓ ବଲିଉଡ ଦୁନିଆର ପ୍ରେମ କାହାଣୀକୁ ଦେଖିଲେ ତାଙ୍କୁ ବିବାହ କରିବାକୁ ଇଛା ହୁଏ । ବିଶେଷ କରି ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କ ବିବାହ ବେଳର ଫଟୋ ଦେଖିଲେ ସେ ଆହୁରି ରୋମାଣ୍ଟିତ ହୋଇଯାଆନ୍ତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here