ସ୍ୱାଧୀନତା ଦିବସ ଅବସରରେ ସିଲଭର ସ୍କ୍ରିନରେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଗୋଲ୍ଡ ଏବଂ ଜନ୍ ଆବ୍ରାହମଙ୍କ ‘ସତ୍ୟମେବ ଜୟତେ’ । ଗୋଲ୍ଡରେ ଦେଶପ୍ରେମ ଭରପୂର ରହିଥିବାବେଳେ ସ୍ପୋର୍ସ , ଡ୍ରାମା ଏବଂ ଇତିହାସର କାହାଣୀ ଦେଖିବାକୁ ମିଳିଛି । ଫିଲ୍ମର କାହାଣୀ ୧୯୩୬ ମସିହାରୁ ଆରମ୍ଭ ହୋଇଛି । ବ୍ରିଟିଶ ଇଣ୍ଡିଆ ଅମଳରେ ଭାରତୀୟ ହକି ଟିମ ବର୍ଲିନ ଗସ୍ତ କରିଛି । ଏଥିରେ ତପନ ଦାସ ଟିମ୍ ର ଜୁନିୟର ମ୍ୟାନେଜର ଭାବେ ରହିଥିବାବେଳେ ସମ୍ରାଟ ଦଳର ନେତୃତ୍ୱ ନେଇଛନ୍ତି । ଏଥିରେ ତପନ ଦାସଙ୍କ ଭୂମିକାରେ ଅକ୍ଷୟ କୁମାର ରହିଥିବାବେଳେ ସମ୍ରାଟଙ୍କ ଭୂମିକା ନିଭାଇଛନ୍ତି କୁନାଲ କପୁର । ୮୦ କୋଟି ଟଙ୍କା ବ୍ୟୟରେ ଏହି ଫିଲ୍ମ ନିର୍ମାଣ ହୋଇଥିବା ସୁଚନା ମିଳିଛି ।
ସେହିଭଳି ଜନ୍ ଆବ୍ରାହମଙ୍କ ସତ୍ୟମେବ ଜୟତେକୁ ନେଇ ମଧ୍ୟ ଦର୍ଶକ ବେଶ୍ ଉସôାହିତ ଅଛନ୍ତି । ନିଦେ୍ର୍ଦଶକ ମିଲାପ ମିଲନ ଝାବେରୀଙ୍କ ସତ୍ୟମେବ ଜୟତେର କାହାଣୀ ଆରମ୍ଭ ହେଉଛି ମାୟା ନଗରୀ ମୁମ୍ବାଇରୁ । ବୀର ରାଠୋର୍ ନାମକ ଜଣେ ଯୁବକ ଭ୍ରଷ୍ଟାଚାରରେ ଲିପ୍ତ ଥିବା ପୋଲିସ ଅଫିସରଙ୍କୁ ଉଚିତ ଶିକ୍ଷା ଦେଉଥିବା ଦେଖିବାକୁ ମିଳିଛି । କାହାଣୀରେ ଅନେକ ଟ୍ୱିଷ୍ଟ ରହିଛି । ଏଥିରେ ବୀର୍ ରାଠୋର୍ ଭୂମିକାରେ ଜନ୍ ଆବ୍ରାହମ୍ ଅଭିନୟ କରିଥିବାବେଳେ ଶିବାଂଶ ରାଠୋର ଭୂମିକାରେ ନଜର ଆସିଛନ୍ତି ମନୋଜ ବାଜପେଇ । ଫିଲ୍ମର ବଜେଟ୍ ୫୦ କୋଟି ରହିଥିବା ଜଣାପଡିଛି । ଉଭୟ ଫିଲ୍ମକୁ ନେଇ ନିଦେ୍ର୍ଦଶକ ତଥା କଳାକାର ଆଶାବାଦୀ ଥିବାବେଳେ ବକ୍ସ ଅଫିସରେ କେଉଁ ଫିଲ୍ମ ବାଜି ମାରୁଛି ତାହା ଉପରେ ସମସ୍ତଙ୍କ ନଜର ।

 

 

LEAVE A REPLY

Please enter your comment!
Please enter your name here