କପୁର ପରିବାରକୁ ନୂଆ ସଦସ୍ୟଙ୍କ ଆଗମନ । ବାପ-ମା ବନିଯାଇଛନ୍ତି ରଣବୀର-ଆଲିଆ । ଆଲିଆ ଭଟ୍ଟ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଘରକୁ ଝିଅ ଆସିବାରୁ ବେଶ୍ ଖୁସି ଅଛନ୍ତି ରଣବୀର-ଆଲିଆ । ଛୁଟୁଛି ଶୁଭେଚ୍ଛାର ସୁଅ । ସେ ୧୪ ଏପ୍ରିଲରେ ରଣବୀର କପୁରଙ୍କ ସହ ବିବାହ କରିଥିଲେ ଓ ସେହି ବର୍ଷ ସେମାନଙ୍କର ପ୍ରଥମ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ମଧ୍ୟ ମୁକ୍ତିଲାଭ କରିଥିଲା। ବିବାହର ୨ ମାସ ପରେ ହିଁ ଏହି ଦମ୍ପତି ଘୋଷଣା କରିଥିଲେ ଯେ ସେମାନଙ୍କ ଜୀବନରେ ଏକ ସ୍ୱତନ୍ତ୍ର ଏବଂ ଛୋଟ ଅତିଥି ଆସିବ। ଆଜି ସକାଳେ ରଣବୀର-ଆଲିଆଙ୍କୁ ମୁମ୍ବାଇର ଏକ ଡାକ୍ତରଖାନା ବାହାରେ ଦେଖିବାକୁ ମିଳିଥିଲା ​​ଏବଂ ଏହି ଦମ୍ପତି ପ୍ରଥମ ସନ୍ତାନର ପ୍ରସବ ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ।

LEAVE A REPLY

Please enter your comment!
Please enter your name here