‘ତାଉକ୍ତେ’ ବାତ୍ୟାର ସୁ ସୁ ଗର୍ଜନରେ ଯେତେବେଳେ ଲୋକେ ଭୀତତ୍ରସ୍ତ ଥିଲେ, ଗୋଟିକ ପରେ ଗୋଟିଏ ଗଛ ଯେତେବେଳେ ଭାଙ୍ଗି ପଡୁଥିଲା, ସେତେବେଳେ ବାତ୍ୟାର ମଜା ନେବାକୁ ଭୁଲି ନଥିଲେ ଦୀପିକା ସିଂ । ଦିୟା ଔର ବାତି ହମ୍ ସିରିୟଲର ଅଭିନେତ୍ରୀ ଦୀପିକା ବାତ୍ୟା ଟିକେ ଥମିଗଲା ପରେ ନିଜ ମୁମ୍ବାଇ ବାସବବନରୁ ବାହାରକୁ ବାହାରିଥିଲେ । ସମାଜସେବା ପାଇଂ ନୁହେଁ, ଫଟୋ ସୁଟ୍ କରିବା ପାଇଁ । ବର୍ଷାରେ ଭିଜିଥିଲେ, ମନଖୋଲା ନାଚିଥିଲେ । ଫଟୋ ଉଠାଇଥିଲେ ଏବଂ ଭିଡିଓ ବି ସୁଟ୍ କରିଥିଲେ । ଦୀପିକା ତାଙ୍କ ଇନଷ୍ଟାରେ ଫଟୋ ଓ ଭିଡିଓ ପୋଷ୍ଟ କରିବା ପରେ ତାହା ଖୁବ୍ ଟ୍ରୋଲ୍ ହୋଇଥିଲା । କେହି କେହି ତାଙ୍କ ପ୍ରତି ଖରାପ କମେଣ୍ଟ ବି ଦେଇଥିଲେ । ମାତ୍ର ଏଥିରେ ଦୀପିକା ଅନୁତପ୍ତ ନୁହଁନ୍ତି । ତାଙ୍କର କହିବା କଥା, ସବୁ ପୋଷ୍ଟରେ ଏମିତି କିଛି କମେଣ୍ଟ ଦେଇଥାନ୍ତି । ସେ ଏମିତି କିଛି ଭୁଲ୍ କରିନାହାଁନ୍ତି । ପାଞ୍ଚ ମିନିଟ ପାଇଁ ସେ ଘରୁ ବାହାରି ବର୍ଷାରେ ଭିଜିଥିଲେ ଏବଂ ଭାଙ୍ଗିପଡିଥିବା ଗଛ ମୂଳରେ ଫଟୋ ଉଠାଇଥିଲେ । ତେବେ ବର୍ଷାରେ ନ ଭିଜିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here