ଶୁକ୍ରବାର ରିଲିଜ୍ ହେଲା ଶଶାଙ୍କ ଖୈତାନଙ୍କ ନିର୍ଦ୍ଦେଶିତ ଫିଲ୍ମ ଧଡ଼କ. ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ଓ ଶାହିଦ୍ କପୁରଙ୍କ ଭାଇ ଇଶାନ ଖଟ୍ଟର୍. କରନ ଜୋହର ପ୍ରଯୋଜିତ ଏହି ଫିଲ୍ମଟି ଦୁଇ ଡେବ୍ୟୁ କଳାକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ. ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏହାର ଇମୋସନାଲ୍ ଭିଡ଼ିଓ ସୋସିଆଲ ମିଡିଆରେ ଛାଇଯାଇଥିଲା. ଫିଲ୍ମଟି 2016 ରେ ନିର୍ମିତ ସୁପରହିଟ୍ ମରାଠି ପିଲ୍ମ ସୈରାତ୍ ର ରେମେକ୍. ଫିଲ୍ମରେ ଆଦିତ୍ୟ କୁମାର ଓ ଆଶୁତୋଷ ରାଣା ଙ୍କୁ ମଧ୍ୟ ଦେଖିବାକୁ ମିଳିବ.

ଜାହ୍ନବୀ ଓ ଇଶାନ୍ ଫିଲ୍ମକୁ ନେଇ ବେଶ ଆଶାବାଦୀ ଅଛନ୍ତି. ଅନ୍ୟପଟେ ଫିଲ୍ମ ରିଲିଜ ସମୟରେ ମାଆ ଶ୍ରୀଦେବୀଙ୍କୁ ମନ ପକାଇ ଇମୋସନାଲ୍ ହୋଇପଡିଛନ୍ତି ଜାହ୍ନବୀ. ଜାହ୍ନବୀଙ୍କୁ ଭଲ ଅଭିନେତ୍ରୀ ଭାବେ ଦେଖିବାକୁ ସ୍ୱପ୍ନ ଥିଲା ଶ୍ରୀଦେବୀଙ୍କର. ମାତ୍ର ସମୟର ଥିଲା ଆଉ କିଛି ଇଚ୍ଛା. ଝିଅଙ୍କ ଫିଲ୍ମର ସୁଟିଙ୍ଗ୍ ଚାଲିଥିବା ବେଳେ ଆର ପାରିକୁ ଚାଲିଯାଇଥିଲେ ଶ୍ରୀଦେବୀ.

ଫିଲ୍ମରେ 4ଟି ଗୀତ ରହିଛି ଯାହା ଲୋକଙ୍କ ଧଡ଼କନ୍ କୁ ବେଶ ଛୁଇଁପାରିଛି. ଫିଲ୍ମର ଟ୍ରେଲର ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଥିଲା. ଏବେ ଦର୍ଶକ ଫିଲ୍ମଟିକୁ କେତେ ପସନ୍ଦ କରୁଛନ୍ତି ତାହା ଜଣିବାକୁ ବାକି ରହିଲା.

 

LEAVE A REPLY

Please enter your comment!
Please enter your name here