ଓଡ଼ିଆ ସିନେଜଗତର ଲୋକପ୍ରିୟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କର ମରଶରୀର ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଆସି ଭୁବନେଶ୍ୱର ଠାରେ ପହଞ୍ଚିଛି। ଆଜି ଦିନ ୧ଘଣ୍ଟା ଯାଏ ତାଙ୍କ ମରଶରୀରକୁ ଆଇଆରସି ଭିଲେଜସ୍ଥିତ ଏନ-୨/୨୯ ବାସଭବନରେ ରଖାଯିବ। ସେଠାରେ ଓଡ଼ିଆ କଳାକାର, ପ୍ରଜୋଜକ, ନିର୍ଦ୍ଦେଶକ , ବୁଦ୍ଧିଜୀବୀ ଶେଷ ଦର୍ଶନ କରିବେ। ଦିନ ଗୋଟାଏ ପରେ ମରଶରୀରକୁ ଅନ୍ତିମ ସଂସ୍କାର ପାଇଁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯିବାର କାର୍ୟ୍ୟକ୍ରମ ରହିଛି ।
ସୂଚନାଅନୁସାରେ ନୂଆଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଗତକାଲି ସକାଳ ୮ଟା ସମୟରେ ଶ୍ରୀ ପଟ୍ଟନାୟକଙ୍କର ପରଲୋକ ଘଟିଥିଲା । ସେ ପାନକ୍ରିୟାସ୍‌ ସଂକ୍ରମଣରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପରିବାର ବର୍ଗଙ୍କ ସମେତ ବଡ଼ଭାଇ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ। ଓଲିଉଡରେ ଅନେକ ଲୋକପ୍ରିୟ ସିନେମା ନିର୍ମାଣ କରି ସେ ଦର୍ଶକଙ୍କ ମନକୁ ଜଣିପାରିଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଭାଇ ହେଉଛନ୍ତି ଅମୀୟ ପଟ୍ଟନାୟକ। ସେ ୧୯୮୫ ମସିହାରେ ପ୍ରଥମେ ନିର୍ମାଣ କରିଥିଲେ ‘ମମତା ମାଗେ ମୂଲ’ । ଏହି ଫିଲ୍ମରେ ପ୍ରଥମ ପ୍ରଯୋଜକ ଭାବେ ସେ ଇଣ୍ଡଷ୍ଟ୍ରିକୁ ପ୍ରବେଶ କରିଥିଲେ। କ୍ରମେ ସେ ‘ହାକିମ ବାବୁ’(୧୯୮୫) ନିର୍ମାଣ କରିଥିଲେ। ଏହାକୁ ରାଜ୍ୟ ଏବଂ ଜାତୀୟ ପୁରସ୍କାର ବି ମିଳିଥିଲା । ‘ରାଜାରାଣୀ'(୧୯୮୯), ‘ପରଦେଶୀ ବାବୁ'(୧୯୯୯) ଏବଂ ‘ବାବୁ ଆଇ ଲଭ ୟୁ'(୨୦୦୫) ଭଳି ଅନେକ ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଅମିୟ । ସେହିପରି ୨୦୧୫ରେ ‘ତୁଳସୀ ଅପା’ ଜରିଆରେ ପଦ୍ମଶୀ ତୁଳସୀ ମୁଣ୍ଡାଙ୍କ ଜୀବନଧାରା ଉପରେ ଆଧାରିତ ଏହି ଫିଲ୍ମକୁ ନିର୍ମାଣ କରିଥିଲେ । ଏଥିପାଇଁ ସେ ଶ୍ରେଷ୍ଠ ନିର୍ଦ୍ଦେଶକଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ତାଙ୍କ ପରଲୋକରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here