ସାଉଥ ସୁପରଷ୍ଟାର ଜୁନିୟର ଏନଟିଆରଙ୍କ ପିତା ନନ୍ଦମୁରୀ ହରିକୃଷ୍ଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସେ ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତା ଓ ଟିଡିପି ନେତା ଥିଲେ । ଦୁର୍ଘଟଣା ଯୋଗୁ ତାଙ୍କୁ ଗଭୀର ଆଘାତ ଲାଗିଥିଲା । ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ନେଲ୍ଲୋରରୁ ହାଇଦ୍ରାବାଦ ଫେରୁଥିବା ବେଳେ ଆଜି ସକାଳେ ନନ୍ଦମୁରୀ ହରିକୃଷ୍ଣଙ୍କର କାର ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

 

 

 

LEAVE A REPLY

Please enter your comment!
Please enter your name here