ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ କାର୍ଯ୍ୟକଳାପ ଉପରେ ନିର୍ମାଣ ହୋଇଥିବା ବେଷ୍ଟ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ ଏବେ ପାକିସ୍ତାନରେ ରିଲିଜ ହେବ ବୋଲି ସୂଚନା ମିଳିଛି. ପାକିସ୍ତାନର ସେଣ୍ଟ୍ରାଲ ସେନ୍ସର ବୋର୍ଡର ଚେୟାରମ୍ୟାନ ଦାନ୍ୟାଲ ଗିଲାନି ଏ ନେଇ ସୂଚନା ଦେଇଛନ୍ତି. ମାମୁଲି କଟସ୍ ସହ ଫିଲ୍ମର ସ୍କ୍ରିନିଂ ପାଇଁ ଅନୁମତି ମିଳିଥିବା ସେ ପ୍ରକାଶ କରିଛନ୍ତି. ତେବେ ଜାନୁୟାରୀ 18 ତାରିଖରେ ଏହାକୁ ପାକିସ୍ତାନରେ ରିଲିଜ କରାଯିବ. ଅନ୍ୟପଟେ ଏହି ନିଷ୍ପତ୍ତି ଉପରେ ଖୁସି ବ୍ୟକ୍ତ କରିଛନ୍ତି ଫିଲ୍ମର ପ୍ରୋଯୋଜକ ଜୟନ୍ତିଲାଲ ଗାଡା. ‘ମୁଁ ଜଣେ ଭଲ କ୍ରିକେଟର ହିସାବରେ ଇମରାନ ଖାନଙ୍କ ପ୍ରଶଂସା କରିଛି ଆଉ ଏବେ ମଧ୍ୟ ତାଙ୍କୁ ବହୁତ ସମ୍ମାନ ଦେଉଛି ବୋଲି କହିଛନ୍ତି ଜୟନ୍ତିଲାଲ’. ଏହାଛଡା ଏଥିପାଇଁ ପାକିସ୍ତାନ ସେଣ୍ଟ୍ରାଲ ସେନ୍ସର ବୋର୍ଡ ଚେୟାରମ୍ୟାନଙ୍କୁ ମଧ୍ୟ ସେ ଧନ୍ୟବାଦ ଅର୍ପଣ କରିଛନ୍ତି.