ଜଣେ 7 ବର୍ଷର ଶିଶୁକୁ ପଥରରେ ଛେଚି ହତ୍ୟା କରିବା ଅଭିଯୋଗରେ ପୋଲିସ ଦେବାଶିଷ ପଣ୍ଡା ନାମକ ଜଣେ ଯୁବକକୁ ଗିରଫ କରିଛି. ତେବେ ମିଳିଥିବା ସୂଚନା ଅନୁସାରେ, ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି. ମୃତ୍ୟୁ ବରଣ କରିଥିବା ଶିଶୁ ଆଶିଷ ଅଂଶୁମାନ ବୋଲି ଜଣାପଡିଛି. ତେବେ ଜାନୁୟାରୀ 12 ତାରିଖରୁ  ଅଂଶୁମାନ ନିଖୋଜ ଥିଲେ. ଏ ନେଇ ତାଙ୍କ ମା ଗୋଷାଣୀ ନୂଆ ଗାଁ ଥାନାରେ ଅଭିଯୋଗ କରିଥିଲେ. ତେବେ ତାଙ୍କୁ ଜଣେ ବ୍ୟକ୍ତି ସ୍କୁଟିରେ ବସାଇ ଅପହରଣ କରିନେଉଥିବା ସିସିଟିଭିରେ କଏଦ ହୋଇଥିଲା. ଅଭିଯୋଗ ଅନୁସାରେ ପରେ ପୋଲିସ ଚିହ୍ନଟ କରି ଦେବାଶିଷକୁ ଗିରଫ କରିଥିଲା. ପୁରୁଷୋତ୍ତମପୁର ଜଙ୍ଗଲରେ ସେ ଶିଶୁଟିକୁ ପଥରରେ ଛେଚି ହତ୍ୟା କରିଥିବା ବେଳେ ପଚରାଉଚୁରା ସମୟରେ ସେ ଅଂଶୁମାନଙ୍କ ମାଙ୍କୁ ଏକତରଫା ପ୍ରେମ କରୁଥିବା କହିଛି. ମାତ୍ର ପ୍ରେମରେ ବିଫଳ ହେବାରୁ ଏପରି ଜଘନ୍ୟ କାଣ୍ଡ ଭିଆଇଥିବା ମାନିଛି ଅଭିଯୁକ୍ତ ଦେବାଶିଷ. ତେବେ ଏହି ଘଟଣା ପଛରେ ପ୍ରକୃତ କାରଣ କେବଳ ପ୍ରେମ ନା ଆଉ କିଛି ଜଣାପଡିନଥିବା ବେଳେ ଅଧିକ ତଥ୍ୟ ହାସଲ କରିବା ପାଇଁ  ପୋଲିସ ଜୋରସର୍ ତଦନ୍ତ ଆରମ୍ଭ କରିଛି.

LEAVE A REPLY

Please enter your comment!
Please enter your name here