ବହୁଦିନର ବ୍ୟବଧାନ ପରେ ବଲିଉଡ ଅଭିନେତା ଗୋବିନ୍ଦାଙ୍କୁ ଦେଖିବାକୁ ପାଇବେ ଦର୍ଶକ । ଆଗାମୀ କମେଡି ଫିଲ୍ମ ‘ଫ୍ରାଇଡେ’ରେ ଗୋବିନ୍ଦା ଖୁବଶୀଘ୍ର ନଜର ଆସିବେ । ତେବେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ମଧ୍ୟ ବେଶ୍ ମଜାଦାର କମେଡି ଦେଖିବାକୁ ମିଳିଛି । ଟ୍ରେଲରରେ ବରୁଣ ଶର୍ମା ମଧ୍ୟ ନଜର ଆସିଛନ୍ତି । ଗୋବିନ୍ଦା ଏବଂ ବରୁଣଙ୍କ ସମେତ ସଞ୍ଜୟ ମିଶ୍ର, ବୃଜେନ୍ଦ୍ର କାଲାଙ୍କ ପରି କଳାକାର ଫିଲ୍ମରେ ନଜର ଆସିବେ । ଗୋବିନ୍ଦାଙ୍କ ଅପୋଜିଟରେ ଟିଭି ସିରିଏଲ ବୀରା ଫେମ ଅଭିନେତ୍ରୀ ଦିଙ୍ଗାଗନା ସୂର୍ଯ୍ୟବଂଶୀ ନଜର ଆସିଛନ୍ତି । ଏହି ଫିଲ୍ମ ଦ୍ୱାରା ସେ ବଲିଉଡରେ ଡେବୁ୍ୟ କରିବାକୁ ଯାଉଛନ୍ତି । ଫିଲ୍ମର ନିଦେ୍ର୍ଦଶନା ଦେଇଛନ୍ତି ପୁଷ୍ପଦୀପ ଭରଦ୍ୱାଜ । ଅକ୍ଟୋବର ୧୨ରେ ଫିଲ୍ମଟି ରିଲିଜ ହେବ ।

LEAVE A REPLY

Please enter your comment!
Please enter your name here