ରେଳ ଷ୍ଟେସନରେ ଗୀତ ଗାଇ ଚର୍ଚ୍ଚାକୁ ଆସିଥିବା ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କୁ ନେଇ ତିଆରି ହେବାକୁ ଯାଉଛି ଫିଲ୍ମ | ଆଇଏଏନଏସ ରିପୋର୍ଟ ଅନୁସାରେ ରାନୁ ମଣ୍ଡଳଙ୍କୁ ନେଇ ଖୁବ ଶୀଘ୍ର ତିଆରି ହେବ ଫିଲ୍ମ | ଫିଲ୍ମ ନିର୍ମାତା ହୃଷିକେଶ ମଣ୍ଡଳ, ରାନୁଙ୍କ ଜୀବନ କାହାଣୀଙ୍କ ନେଇ ଫିଲ୍ମ ପ୍ରସ୍ତୁତ କରିବା ନେଇ ଯୋଜନା ପ୍ରସ୍ତୁତ କରୁଥିବା ସୂଚନା ରହିଛି | ବେଙ୍ଗଲୀ ଅଭିନେତ୍ରୀ ସୁଦୀପ୍ତା ଚକ୍ରବର୍ତୀ ରାନୁଙ୍କ ଭୂମିକାରେ ଅଭିନୟ କରିବେ |
ରାତାରାତି ସେଲିବ୍ରିଟି ପାଲଟି ଯାଇଥିଲେ ରାନୁ ମଣ୍ଡଳ | ରେଳ ଷ୍ଟେସନରେ ଗୀତ ଗାଇ ପେଟ ପାଟଣା ପୋଷୁଥିବା ରାନୁଙ୍କ ଭାଗ୍ୟ ସମ୍ପୂର୍ଣ ରୂପେ ବଦଳି ଯାଇଥିଲା | ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର କା ନାଗମା ‘ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ ରାନୁ | ସେ ଗାଇ ଥିବା ଗୀତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା | ରାନୁଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟି ଥିଲା | ବଲିଉଡର ଜଣାଶୁଣା ସଂଗୀତ ନିର୍ଦେଶକ ହିମେଶ ରେଶମିଆ ରାନୁଙ୍କୁ ନିଜ ଫିଲ୍ମର ଦୁଇଟି ଗୀତ ଗାଇବା ପାଇଁ ସୁଯୋଗ ଦେଇଥିଲେ |

LEAVE A REPLY

Please enter your comment!
Please enter your name here