ରିଲିଜ ହୋଇଛି ଫିଲ୍ମ ସୁଇ ଧାଗାର ରୋମାଣ୍ଟିକ ଓ ଏକ ଭିନ୍ନ ଧରଣର  ଗୀତ ଚାଭ ଲାଗା. ଯେଉଁଥିରେ ଅଭିନେତ୍ରୀ ଅନୁଷ୍କାଙ୍କ ସହ ବରୁନ ଧାୱନ ନଜର ଆସିବା ସହ ସେମାନଙ୍କ ଦମଦାର ଅଭିନୟକୁ ଦେଖିବାକୁ ମିଳିଛି. ଏହି ଗୀତଟିରେ ଜଣେ ପତି-ପତ୍ନିଙ୍କ ସଂଘର୍ଷପୂର୍ଣ୍ଣ ଜୀବନକୁ ଚିତ୍ରିତ କରାଯାଇଛି.  ଦୁଇଜଣ ଲାଇଫ ପାର୍ଟନର କିପରି ଧିରେଧିରେ ସେମାନଙ୍କ ବ୍ୟବସାୟରେ ମଧ୍ୟ ପାର୍ଟନର ବନୁଛନ୍ତି ତାହା ଦେଖିବାକୁ ମିଳିଛି. ଏହି ଗୀତଟିକୁ ଜାତୀୟ ପୁରସ୍କାର ବିଜେତା ଅନୁ ମଲ୍ଲିକ ନିର୍ଦ୍ଦେଶନା ଦେଇଥିବା ବେଳେ ଏହାର ଲିରିକ୍ସ ବରୁଣ ଗ୍ରୋଭର ଲେଖିଛନ୍ତି. ତେବେ ସେପ୍ଟେମ୍ବର 28 ରେ ଫିଲ୍ମଟି ମୁକ୍ତିଲାଭ କରିବାକୁ ଯାଉଛି.

LEAVE A REPLY

Please enter your comment!
Please enter your name here