ଚାଲିଛି ଭାଲେଣ୍ଟାଇନ୍ସ ୱିକ୍ । ତେବେ ରୋଜ ଡେର ଖାସ୍ ଦିନରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ସୁପରଷ୍ଟାର ଅମ୍ଳାନ । ରିଲ ନୁହେଁ ତାଙ୍କ ରିଅଲ ଲାଇଫରେ ଲାଗିଯାଇଛି ଗୋଲାପୀ ରଙ୍ଗ । ସମ୍ପୂର୍ଣ୍ଣ ରୀତିନୀତିରେ ନୀଜ ଜୀବନ ସାଥୀ ଭୂମିକାଙ୍କ ହାତ ଧରିଛନ୍ତି ସେ । ନିଜ ପିଲା ଦିନର ବାନ୍ଧବୀଙ୍କୁ ପ୍ରେମ ବିବାହ କରିଛନ୍ତି ଅମ୍ଳାନ । ଫିଲ୍ମରେ ଅନେକ ଥର ମ୍ୟାରେଜ କରିଛନ୍ତି ଏହି ଅଭିନେତା ଜଣକ । କିନ୍ତୁ ଆଜି ହେଉଛି ସତ ସତିକା ମ୍ୟାରେଜ । ଆଜିର ଏହି ସ୍ପେଶାଲ ଅକଜେନ ପାଇଁ ପିନ୍ଧିଛନ୍ତି ରେଡ ସେରୁଆନୀ । କୌଣସି ପରୀଠାରୁ ବି କମ ଲାଗୁନାହାଁନ୍ତି ଭୂମିକା । ଲାଲ ଶାଢୀରେ ଅମ୍ଳାନଙ୍କ ରିଅଲ ନାୟିକା ।
ଏହାପରେ ଆୟୋଜନ ହୋଇଥିଲା ରିସେପ୍ସନ ପାର୍ଟି । ଷ୍ଟାର ରିସେପ୍ସନ ପାର୍ଟ । ଓଲିଉଡ ଓ ଟେଲି ଜଗତର ଅନେକ ଷ୍ଟାର ବି ଆସିଥିଲେ ଅମ୍ଳାନଙ୍କ ଏହି ସ୍ପେଶାଲ ଅକେଜନକୁ ଆଉ ଟିକେ ଅଧିକ ଖାସ୍ କରିବା ପାଇଁ । ଅମ୍ଳାନ ଏବଂ ଭୂମିକାଙ୍କୁ ଦେଇଥିଲେ ଶୁଭେଚ୍ଛା ।

LEAVE A REPLY

Please enter your comment!
Please enter your name here