ବଲିଉଡର ଭେଟେରାନ ଆକ୍ଟର କାଦାର ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଖୁବ ଗମ୍ଭୀର ହୋଇପଡିଛି । ଶୁକ୍ରବାର ସକାଳୁ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ତାଙ୍କୁ ସାଧାରଣ ଭେଣ୍ଟିଲେଟରରୁ ନେଇ ବିଆଇପିଏପି ଭେଣ୍ଟିଲେଟରରେ ରଖାଯାଇଛି ବୋଲି ପୁଅ ସରଫରାଜ୍‌ଙ୍କ ଠାରୁ ସୁଚନା ମିଳିଛି । ନିମୋନିଆରେ ପୀଡିତ ଏହି କଳାକାର କାହାକୁ ଚିହ୍ନି ପାରୁ ନାହାଁନ୍ତି କି କଥା କହି ପାରୁନାହାଁନ୍ତି । ଚଲାବୁଲା ମଧ୍ୟ ଏହି କଳାକାର ପାଇଁ କଷ୍ଟସାଧ୍ୟ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here