‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ର ଟ୍ରେଲର ଗୁରୁବାର ରିଲିଜ୍ ହୋଇଯାଇଛି. ଯେଉଁଥିରେ ରିୟଲ ଲାଇଫ ବାପ-ଝିଅ ଅନିଲ କପୁର ଓ ସୋନମ କପୁର ପ୍ରଥମଥର ପାଇଁ ସିଲଭର୍ ସ୍କ୍ରିନରେ ନଜର ଆସିଛନ୍ତି. 2 ମିନିଟ୍ 34 ସେକେଣ୍ଡ ଥିବା ଟ୍ରେଲରରେ ଜଣେ ବାପା କିପରି ଗୋଟିଏ ଭଲ ପିଲା ଦେଖି ନିଜ ଝିଅର ବାହାଘର କରିବ, ତାକୁ ନେଇ କାହାଣୀ ଆରମ୍ଭ ହେଉଛି. ଝିଅ ପାଇଁ ବାପା ବରପାତ୍ର ଖୋଜୁଥିବା ବେଳେ ସେମିତି କେହି ମିଳୁନଥିବାରୁ ପରିବାର ଚିନ୍ତାରେ ଥିବା ଦେଖିବାକୁ ମିଳିଛି. ପଞ୍ଜାବୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ଝିଅ ସୋନମ ‘ସ୍ୱିଟି’ ଚରିତ୍ରରେ ନଜର ଆସିଛନ୍ତି ଓ ତାଙ୍କ ବିପରୀତରେ  ମୁସଲିମ୍ ପରିବାରରେ ଜନ୍ମ ଗ୍ରହଣ କରିଥିବା ରାଜ୍ କୁମାର ରାଓ ‘ସାହିର’ ଚରିତ୍ରରେ ନଜର ଆସିଛନ୍ତି. ଅନ୍ୟପଟେ ଅନିଲ କପୁର୍ ‘ବଲବିର୍ ଚୌଧୁରୀ’ ଭୂମିକାରେ ଅଛନ୍ତି. ଏହାଛଡା ଏହି ସିନେମାରେ ଜୁହି ଚାୱାଲାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ. ତେବେ ଫେବୃୟାରୀ 1,2019ରେ ଏହି ସିନେମାଟି ରିଲିଜ ହେବାକୁ ଥିବା ବେଳେ ‘1942 A LOVE STORY’ର ଲୋକପ୍ରିୟ ଗୀତ ‘ଏକ୍‌ ଲଡ୍‌କି କୋ ଦେଖା ତୋ ଐସା ଲଗା’ରୁ ଏହାର ଟାଇଟଲ ନିଆଯାଇଛି.

 

LEAVE A REPLY

Please enter your comment!
Please enter your name here