ଖିଲାଡୀ ଅକ୍ଷୟ କୁମାରଙ୍କ ସ୍ପୋର୍ସ ଓ ଡ୍ରାମା ଫିଲ୍ମ ଗୋଲ୍ଡ ଇତିହାସ ସୃଷ୍ଟି କରିଛି. ଫିଲ୍ମଟି ଶହେ କୋଟି କ୍ଲବରେ ସାମିଲ ହୋଇଛି. ତେବେ ଭାରତୀୟ ବଜାରରେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ବେଳେ ସାଉଦି ଆରବରେ ପ୍ରଥମ ବଲିଉଡ ଫିଲ୍ମ ଭାବେ ରିଲିଜ ହୋଇଛି. 30 ଅଗଷ୍ଟରେ ଏହି ଫିଲ୍ମକୁ ସାଉଦି ଆରବରେ ରିଲିଜ କରାଯାଇଛି. ଯାହାକୁ ଅକ୍ଷୟ କୁମାର ଟ୍ୱିଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି. ସେ ଲେଖିଛନ୍ତି ଭାରତ ଜିତିଥିବା ଗୋଲ୍ଡ ମେଡାଲର କାହାଣୀକୁ ପ୍ରଥମଥର ସାଉଦି ଆରବରେ ଦେଖାଯିବ. ମୋତେ ବହୁତ ଖୁସି ଲାଗୁଛି ଯେ ଏହି ଫିଲ୍ମ ବଲିଉଡର ପ୍ରଥମ ଫିଲ୍ମ ରୂପେ ସାଉଦି ରେ ରିଲିଜ ହୋଇଛି ଯାହାକୁ ଆଜିଠାରୁ ସବୁ ସିନେମା ହଲରେ ଦେଖିବାକୁ ମିଳିବ.

LEAVE A REPLY

Please enter your comment!
Please enter your name here