ଦୀପିକା-ରଣବୀର ଏବଂ ପ୍ରିୟଙ୍କା-ନିକଙ୍କ ପରେ ଏବେ ଆଉ ଜଣେ ବଡ଼ ସେଲିବ୍ରିଟିଙ୍କ ବିବାହ ଖବର ସାମ୍ନାକୁ ଆସିଛି। ଏହି ସେଲିବ୍ରିଟି ଜଣକ ଆଉ କେହି ନୁହଁନ୍ତି ହଟ ଗାର୍ଲ ରାକ୍ଷୀ ସାୱନ୍ତ । ରାକ୍ଷୀ ସାୱନ୍ତ ତାଙ୍କ ପାଇଁ ବର ଖୋଜି ସାରିଛନ୍ତି ଏବଂ ଆସନ୍ତା ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ରାକ୍ଷୀ ସାୱନ୍ତ ନିଜ ବାହାଘର କାର୍ଡ଼ ସୋଶିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ରାକ୍ଷୀ ସାୱନ୍ତ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ସେଲିବ୍ରିଟି । ତାଙ୍କ ନାଁ ଦୀପକ କଲାଲ। ଦୀପକ କଲାଲ ୟୁଟୁବ୍ ସେଲିବ୍ରିଟି । ସେ ଷ୍ଟାଣ୍ଡ ଅଫ୍ କମେଡ଼ିଆନ୍ ଭାବେ ମଧ୍ୟ ବେଶ୍ ପରିଚିତ । ରାକ୍ଷୀ ସାୱନ୍ତ ଡିସେମ୍ବର ୩୧ତାରିଖରେ ବିବାହ କରୁଛନ୍ତି। ରାକ୍ଷୀ ସାୱନ୍ତ ଲେଖିଛନ୍ତି ,‘‘ ମୁଁ ବାହା ହେବାକୁ ଯାଉଛି। ଏହା ସତ । ଇଣ୍ଡଷ୍ଟ୍ରିରେ ସମସ୍ତେ ବିବାହ କରୁଛନ୍ତି। ମୋତେ ଲାଗୁଛି ମୋତେ ବି ଏବେ ବିବାହ କରିନେବା ଉଚିତ୍। ଦୀପକ ମୋତେ ଇଣ୍ଡିଆ ଗଟ୍ ଟାଲେଣ୍ଟ ଶୋ ରେ ପ୍ରପୋଜ କରିଥିଲେ ଏବଂ ମୁଁ ବି ତାଙ୍କୁ ହଁ କରିଦେଇଥିଲି। ଆମେ ବିବାହ ତାରିଖ ସ୍ଥିର କରିଥିଲୁ ଏବଂ ପ୍ରସ୍ତୁତି ଆରମ୍ଭ କରିସାରିଛୁ। ମୁଁ ମୋ ଫ୍ୟାନମାନଙ୍କୁ ଅପଡେଟ୍ ଦେଉଥିବି। ବର୍ତ୍ତମାନ ଆମକୁ କେବଳ ଫ୍ୟାନମାନଙ୍କ ଶୁଭକାମନା ଦରକାର’’।

LEAVE A REPLY

Please enter your comment!
Please enter your name here