ପ୍ରେମ ତ ସମସ୍ତେ କରନ୍ତି. ହେଲେ ଯେତେବେଳେ ବଲିଉଡ କପୁଲଙ୍କ କଥା ପଡେ, ସେତେବେଳେ ପ୍ରଥମେ ମନକୁ ଆସେ, ସୁନ୍ଦରୀ ସୁସ୍ମିତା ସେନ ଓ ତାଙ୍କ ବୟ ଫ୍ରେଣ୍ଡ ରୋହମାନ ଶଲଙ୍କ କଥା. କହିବାକୁ ଗଲେ ଏହି କପୁଲଙ୍କ ପ୍ରେମ କାହାଣୀ ଟିକେ ନିଆରା. ନିଜ ପ୍ରେମ କାହାଣୀକୁ ନେଇ ଏମାନେ ଏତେ ମାତ୍ରାରେ ଚର୍ଚ୍ଚିତ ଯାହାର ପ୍ରମାଣ ହେଉଛି ସୁସ୍ମିତାଙ୍କ ଇନଷ୍ଟ୍ରଗ୍ରାମ ପେଜ. ନିଜ ଡ୍ରେସ ଓ ଫଟୋ ସୁଟ ପାଇଁ ସେ ସବୁ ସମୟରେ ଚର୍ଚ୍ଚାଘେରକୁ ଆସିଥାନ୍ତି. ଠିକ୍ ସେହିଭଳି ଏବେ ପୁଣି ଏକ  ଫଟୋ ସୁଟ କରି ଚର୍ଚ୍ଚାକୁ ଆସିଛନ୍ତି ନାୟିକା ସୁସ୍ମିତା. ଫଟୋ ସୁଟରେ ସୁସ୍ମିତା ନିଜ ବୟ ଫ୍ରେଣ୍ଡ ରୋହମାନଙ୍କସହ ନଜର ଆସିଛନ୍ତି. ଆଉ ତାଙ୍କ ସହ ଫଟୋ ସୁଟରେ ଏଭଳି ଭାବେ ମଜି ଯାଇଛନ୍ତି ଯେ, ଯିଏ ଦେଖିବ ସେ ଭାବିବ ସୁସ୍ମିତା ପ୍ରେମ ପାଇଁ ପୁରା ପାଗଳ. ପ୍ରକୃତରେ କଥା ହେଲା,ନିଜର ନିଆରା ଅନ୍ଦାଜ ପାଇଁ ସୁସ୍ମିତା ସବୁବେଳେ ବଲିଉଡରେ ଚର୍ଚ୍ଚାରେ ଥାଆନ୍ତି. ତେବେ ଏକ ଫ୍ୟାଶନ ଶୋ’ ରେ ରୋହମାନଙ୍କ ସହ ସୁସ୍ମିତାଙ୍କ ପରିଚୟ ହୋଇଥିଲା. ଆଉ ସେବେଠାରୁ ଦୁହେଁ ଦୁହିଁଙ୍କ ପ୍ରେମ ଜାଲରେ ପଡିଥିଲେ. ତା ପରଠୁ ଦୁହେଁ ଦୁହିଁଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲେ.

LEAVE A REPLY

Please enter your comment!
Please enter your name here