ସ୍ବାମୀ କଣ କରୁଥିଲେ, ମୁଁ କିଛି ଜାଣିନି । ମୁମ୍ବାଇ ପୋଲିସକୁ ଏମିତି କହିଛନ୍ତି ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ଅଶ୍ଳୀଳ ଓ ନଗ୍ନ ଚଳଚ୍ଚିତ୍ର ନିର୍ମାଣ କରି ମୋବାଇଲ ଆପରେ ଛାଡୁଥିବା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ବ୍ୟବସାୟୀ ସ୍ବାମୀଙ୍କ ବିରୋଧରେ ପୋଲିସ ଦେଇଥିବା ଚାର୍ଜସିଟରେ ଏହା ଉଲ୍ଲେଖ କରିଛି ପୋଲିସ । ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ପୋଲିସ ଦାଖଲ କରିଥିବା 14 ଶହ ପୃଷ୍ଠାର ଚାର୍ଜସିଟରେ ସଙ୍ଗୀନ ଅଭିଯୋଗ ରହିଛି । ତେବେ ଚାର୍ଜସିଟ୍ ଅନୁଯାୟୀ, ଶିଳ୍ପା ପୋଲିସକୁ କହିଛନ୍ତି, ସେ ନିଜ କାର୍ଯ୍ୟରେ ଏତେ ବ୍ୟସ୍ତ ତିଲେ ଯେ, ରାଜ କୁନ୍ଦ୍ରା କଣ କରୁଥିଲେ, ସେ ଜାଣି ନ ଥିଲେ । ନଗ୍ନ ଚଳଚ୍ଚିତ୍ର ପ୍ରସାରଣ ପାଇଁ ରାଜ୍ କରିଥିବା ଦୁଇଟି ବିବାଦୀୟ ମୋବାଇଲ ଆପ୍ ହଟଶଟ୍ ଓ ବଲିଫେମ୍ ସଂପର୍କରେ ମଧ୍ୟ ସେ ଜାଣି ନ ଥିଲେ ବୋଲି କହିଛନ୍ତି ଶିଳ୍ପା ।
ଜୁଲାଇ 19 ତାରିଖରେ ପୋଲିସ ପର୍ଣ୍ଣ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରିଛି । ରାଜ୍ ଏହି ପର୍ଣ୍ଣ ରାକେଟ ଚଳାଇବା ପାଇଁ ମୁମ୍ବାଇ ସ୍ଥିତ ଭିଆନ ଇଣ୍ଡଷ୍ଟ୍ରିଜ୍ ପରିସରକୁ ବ୍ୟବହାର କରୁଥିଲେ । କୋର୍ଟରେ ରାଜ୍ ନିଜ ପକ୍ଷ ରଖି କହିଥିଲେ, ସେ ନିର୍ମାଣ କରିଥିବା ସିନେମା ପର୍ଣ୍ଣ ନୁହେଁ । ଅନ୍ୟପକ୍ଷରେ ରାଜ୍ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିବା ପରଠାରୁ ଶିଳ୍ପା ଅଲଗା ରହୁଛନ୍ତି । ପୋଲିସ ଶିଳ୍ପାଙ୍କୁ ରାଜ୍ କୁନ୍ଦ୍ରାଙ୍କ ବିରୋଧରେ ସାକ୍ଷୀ ଭାବେ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here