ଚାନ୍ଦୀପୁର କ୍ଷେପଣାସ୍ତ୍ର ଘାଟିର ଗୋପନ ତଥ୍ୟ ଲିକ୍ କରିଥିବା ଅଭିଯୋଗରେ ବାଲେଶ୍ୱର ପୋଲିସ ଆଜି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ସଚିନ ଓରଫ ଛେତା । ସେ ଡିଆରଡିଓରେ ଡ୍ରାଇଭର ଭାବରେ କାମ କରୁଥିଲେ । ଫଳରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୫ରେ ପହଁଞ୍ଚିଛି । ପୂର୍ବରୁ ପୋଲିସ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନଙ୍କ ନିକଟକୁ ପାକିସ୍ତାନରୁ ବାରମ୍ବାର କଲ୍ ଆସିବା ଏବଂ ସେମାନଙ୍କ ଆକାଉଣ୍ଟକୁ ଅର୍ଥ ଆସୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା ।

LEAVE A REPLY

Please enter your comment!
Please enter your name here