ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡିଆ ଫିଲ୍ମର ବିନଦାସ ହିରୋ ଅର୍ଦ୍ଧେନ୍ଦୁ । ଜଣେ ନୂଆ ନାୟିକାଙ୍କ ସହ ପଡିବାକୁ ଯାଉଛି ତାଙ୍କ ହାତଗଣ୍ଠି । ହେଲେ ସେ ନୂଆ ନାୟିକା ରିଲ ନୁହେଁ ରିଅଲ ଲାଇଫର । ମାନେ ଅର୍ଦ୍ଧେନ୍ଦୁଙ୍କ ରିଅଲ ଲାଇଫର ନାୟିକା । ହଁ ଆଗ୍ୟା ଆଉ ସେ ନାୟିକା ହେଉଛନ୍ତି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଝିଅ ପଲଭି ମହାରଥି । । ପ୍ରଲଭି ଜଣେ ଡାକ୍ତର । ଅର୍ଦ୍ଧେନ୍ଦୁଙ୍କର ବୁଧବାର ନିର୍ବନ୍ଧ ମଧ୍ୟ ସରିଯାଇଛି । ଖୁବଶୀଘ୍ର ସେ ତାଙ୍କ ମନର ନାୟିକାଙ୍କ ହାତ ଧରିବାକୁ ଯାଉଛନ୍ତି । ଖୁବ୍ କମ୍ ଫିଲ୍ମ ହେଉ ପଛେ ଅର୍ଦ୍ଧେନ୍ଦୁଙ୍କ ଅଭିନୟ ଯାଦୁରେ ସବୁ ଦର୍ଶକ ବନ୍ଧା । ଏବଂ ଲୋକମାନେ ତାଙ୍କ ଅଭିନୟକୁ ଯେତିକି ପସନ୍ଦ କରିଥାନ୍ତି ତାଙ୍କ ମ୍ୟୁଜିକ ଡ୍ୟାନ୍ସ ଭିଡିଓ ମଧ୍ୟ ସେତିକି ପପୁଲାର । ତେବେ ନିକଟରେ ତାଙ୍କ ଫିଲ୍ମ ମୁଁ ପରଦେଶୀ ଚଢେଇ ରିଲିଜ୍ ହୋଇଛି । ଏହି ଫିଲ୍ମରେ ସେ ଡ୍ୟାନ୍ସିଂ କୁଇନ ଅନୁଭାଙ୍କ ସହ ଲିଡ ରୋଲରେ ନଜର ଆସିଛନ୍ତି । ଫିଲ୍ମ ‘ବ୍ଲାକମେଲ’ରେ ମଧ୍ୟ ତାଙ୍କର ଦମଦାର ଅଭିନୟ ଦେଖିବାକୁ ମିଳିଥିଲା । ଅର୍ଦ୍ଧେନ୍ଦୁ ଯେ ଜଣେ ଭଲ ଅଭିନେତା ତାହା ନୁହେଁ । ସେ ଜଣେ ଭଲ ମଣିଷ । ନିଜ ଆୟରୁ କିଛି ଅଂଶ କେତେବେଳେ ଦିବ୍ୟାଙ୍ଗ ମାନଙ୍କୁ ବାଣ୍ଟି ଦିଅନ୍ତି ତ ପୁଣି କେତେବେଳେ ସହିଦ ପରିବାରକୁ ଦାନ କରିଥାନ୍ତି । ତେବେ ଅର୍ଦ୍ଧେନ୍ଦୁ ଏବଂ ପଲଭିଙ୍କ ଲାଇଫରେ ବୋଳି ହେଇଯାଉ ପ୍ରେମର ରଙ୍ଗୋଲି ।

LEAVE A REPLY

Please enter your comment!
Please enter your name here