ଭିନ୍ନ ଭିନ୍ନ ଚରିତ୍ର ଓ ଭିନ୍ନ ଭିନ୍ନ କାହାଣୀକୁ ନେଇ ସବୁବେଳେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ବଲିଉଡର ସୁପର ଷ୍ଟାର ଅକ୍ଷୟ କୁମାରଙ୍କ ଆଉ ଏକ ନୂଆ ଫିଲ୍ମର ପୋଷ୍ଟର ସାମ୍ନାକୁ ଆସିଛି | ପ୍ରଥମ ଥର ପାଇଁ କିନ୍ନର ଗେଟ୍‌ଅପ୍‌ରେ ନଜର ଆସିଛନ୍ତି ଅକ୍ଷୟ କୁମାର | ତାଙ୍କ ଅପ୍‌କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍ ସେ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ସେୟାର କରିଛନ୍ତି | ତାଙ୍କର ଏହି ଲୁକ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି | ଏହି ପୋଷ୍ଟଟି ସେୟାର କରି ଅକ୍ଷୟ ଲେଖିଛନ୍ତି ନବରାତ୍ରୀ ଭଳି ପବିତ୍ର ଅବସରରେ ମୁଁ ମୋର ଅପ୍‌କମିଂ ଫିଲ୍ମ ‘ଲକ୍ଷୀ ବମ୍ବ’ର ଲକ୍ଷ୍ମୀ ଲୁକ୍‌କୁ ସମସ୍ତଙ୍କ ସହିତ ସେୟାର କରୁଛି | ମୁଁ ଏହି ଅଭିନୟକୁ ନେଇ ବହୁତ ଉତ୍ସାହିତ ଥିବାବେଳେ ଟିକେ ଡର ଲାଗୁଥିବା କହିଛନ୍ତି ଅକ୍ଷୟ | ପୋଷ୍ଟରରେ ଅକ୍ଷୟ ଲାଲ୍‌ ଶାଢ଼ି ସହ ମୁଣ୍ଡରେ ବଡ ଲାଲ୍‌ ବିନ୍ଦି ଲଗାଇଥିବା ଦେଖିବାକୁ ମିଳିଛି | ବେଶ୍ ପାୱାରଫୁଲ୍‌ ନଜର ଆସୁଛନ୍ତି ଅକ୍ଷୟ କୁମାର | ଦର୍ଶକ ତାଙ୍କର ଏହି ଲୁକ୍‌କୁ ବେଶ୍ ପସନ୍ଦ କରୁଥିବା ସହ ଅକ୍ଷୟଙ୍କ ଲୁକ୍‌କୁ ଦେଖି ଜଣାପଡ଼ୁଛି ଯେ ଫିଲ୍ମରେ ତାଙ୍କ ଅଭିନୟ ମଧ୍ୟ ଜବରଦସ୍ତ ହୋଇଥିବ |
ସୂଚନାଯୋଗ୍ୟ, ଏହି ଚଳଚ୍ଚିତ୍ରଟି ତାମିଲ ଭୂତ କମେଡି ଫିଲ୍ମ ‘କଞ୍ଚନା’ର ରିମେକ୍ | ଫିଲ୍ମରେ ଅକ୍ଷୟ ଜଣେ କିନ୍ନର ଭୂତ ଭୂମିକାରେ ଅଭିନୟ କରୁଛନ୍ତି | ଏଥିରେ କିୟାରା ଆଡଭାନୀଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ | ରାଘବ ଲୋରେନ୍ସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଆସନ୍ତା ବର୍ଷ ଏପ୍ରିଲ ୫ରେ ପରଦା ଉପରକୁ ଆସିବ |

LEAVE A REPLY

Please enter your comment!
Please enter your name here