ଆଜିର ଡିଜିଟାଲ ଯୁଗରେ ଅନଲାଇନ ସପିଂ ଏଭଳି ଏକ ମାଧ୍ୟମ ଯାହା ଲୋକମାନଙ୍କ କାମକୁ ସହଜରୁ ଅତି ସହଜ କରିଦେଉଛି, ଯାହା ଫଳରେ ସେମାନେ ଘରେ ବସି ସେମାନଙ୍କର ଜିନିଷକୁ ଅତି ସହଜରେ ପାଇପାରୁଛନ୍ତି. ଅନଲାଇନରେ ଆମେ ଯେପରି ଜିନିଷ ଦେଖିଥାଉ ଆମ ପାଖରେ ତାହା ପହଂଚି ନଥାଏ, ଏଭଳି ଘଟଣା ଆମେ ଅନେକ ଥର ଦେଖିବାକୁ ପାଉ. କିନ୍ତୁ ଚୀନରେ ଏହି ସପିଂକୁ ନେଇ ଜଣେ ମହିଳାଙ୍କ ସହ ଏପରି ଏକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଚକିତ ହୋଇ ରହିଯିବେ. ମହିଳାଙ୍କ ସୂଚନା ମୁତାବକ, ସେ ଅନଲାଇନରେ ପ୍ରୋଟିନ ପାଉଡର ଅର୍ଡର କରିଥିଲେ. ଅର୍ଡର ଯେତେବେଳେ ସେ ପାଇଲେ ସେଥିରେ 4ଟି ପ୍ୟାକେଟ ଥିଲା ଏବଂ ତା ମଧ୍ୟରୁ ଗୋଟିଏ ପ୍ୟାକେଟର ସାଇଜ ଟିକେ ବଡ ଥିଲା ଓ ସେଥିରୁ ଦୁର୍ଗନ୍ଧ ଆସୁଥିଲା.  ସେ ଏହାକୁ ଖୋଲିବା ବେଳକୁ ତା ଭିତରୁ ଗୋଟିଏ ମଲା କୁମ୍ଭୀର ଦେଖିବାକୁ ପାଇଥିଲେ. ଯାହାକୁ ଦେଖି ତାଙ୍କ ହୋସ୍ ଉଡିଯାଇଥିଲା. ତା ପରେ ସେ ଏହାର ଏକ ଭିଡିଓ କରି ଚୀନର ସୋସିଆଲ ମିଡିଆରେ ଶେୟାର କରିଥିଲେ.

LEAVE A REPLY

Please enter your comment!
Please enter your name here