‘ଆଇ ଲଭ୍‌ ୟୁ, ଆଇ ମିସ୍‌ ୟୁ’। ତମ ବିନା ମୋ ହୃଦୟ ଯେମିତି ଭାଙ୍ଗି ପଡିଛି । ମୋତେ ଭଲପାଇବା, ସୁରକ୍ଷା ଦେବା, ମୋର ପ୍ରତି କଥାରେ ଧ୍ୟାନ ରଖିଥିବା ପାଇଁ ଥ୍ୟାଙ୍କ୍‌ ୟୁ। ତୁମେ ଜୀବନରେ ମୋତେ ଏତେ ଖୁସିରେ ରଖିଥିଲ ଯେ, ଏତେ ଖୁସି ମୁଁ କେଉଁଠୁ ପାଇନି। ତୁମ ସହ ଦେଖା ହେବା ପରେ ମୁଁ ଦୁନିଆର ସବୁଠୁ ଭାଗ୍ୟବତୀ ହୋଇଯାଇଥିଲି। ତୁମେ ସବୁବେଳେ ମୋ’ ହୃଦୟ ଭିତରେ ଜୀବନ୍ତ ରହିଛ। ମୁଁ ତୁମକୁ ଭଲ ପାଉଛି, ସବୁବେଳେ ତୁମକୁ ମିସ୍‌ କରିବି। ଯେବେଯାଏ ତୁମ ସହ ମୋ’ର ପୁଣି ଥରେ ଦେଖା ନ ହୋଇଛି। ବଲିଉଡ ଆକ୍ଟର ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ନିଜ ବୟଫ୍ରେଣ୍ଡ୍‌ଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ବୟଫ୍ରେଣ୍ଡଙ୍କ ମୃତ୍ୟୁ ପରେ ସେ ବହୁତ ଭାଙ୍ଗି ପଡ଼ିଛନ୍ତି। ନର୍ମାଲ ସ୍ଥିତିକୁ ଆସିବା ପାଇଁ ବହୁ ଚେଷ୍ଟା କରୁଥିଲେ ମଧ୍ୟ ପାରୁନାହାନ୍ତି ତ୍ରିଶାଳା। ଖାସ୍‌ କରି ସମ୍ପର୍କକୁ ତାଜା କରିବା ପାଇଁ ଠିକ୍‌ ମାସକ ପରେ ଅର୍ଥାତ ଆଜି ଏକ ପୁରୁଣା ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଜୁଲାଇ ୨ରେ ତାଙ୍କ ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟିଥିଲା। ଅଗଷ୍ଟ ୨ ଅର୍ଥାତ ଶୁକ୍ରବାର ତ୍ରିଶାଳା ଏହି ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ତାଙ୍କ କୋଳରେ ବସିଛନ୍ତି ବୟଫ୍ରେଣ୍ଡ୍‌। ଫଟୋରେ ଦୁଇଜଣ ଖୁବ୍‌ ରୋମାଣ୍ଟିକ୍‌ ଲାଗୁଛନ୍ତି। ଫଟୋ ପୋଷ୍ଟ କରି ତ୍ରିଶାଳା ଏଭଳି ହୃଦୟସ୍ପର୍ଶୀ କ୍ୟାପଶନ ଲେଖିଛନ୍ତି । କହିରଖୁଛୁ, ସଞ୍ଜୟଙ୍କ ଝିଅ ତ୍ରିଶାଳା ଜଣେ ଇଟାଲିୟନ୍‌ଙ୍କୁ ଭଲ ପାଉଥିଲେ। ତାଙ୍କ ସହିତ ରିଲେସନଶିପ୍‌ରେ ମଧ୍ୟ ଥିଲେ। ଏକ ଦୁର୍ଘଟଣାରେ ବୟଫ୍ରେଣ୍ଡଙ୍କ ମୃତ୍ୟୁ ଘଟିବା ପରେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି।

LEAVE A REPLY

Please enter your comment!
Please enter your name here