କାଠ ବିକ୍ରି କରି ବଦଳିଛି ମହିଳାମାନଙ୍କ ଭାଗ୍ୟ. କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ. ଜୀବନ ଆରମ୍ଭ ହୋଇଥିଲା ଆମ୍ବ କାଠ ବିକ୍ରିରୁ ହେଲେ ନବଗ୍ରହ କାଠ ବଦଳାଇଦେଇଛି 20,000 ମହିଳାଙ୍କ ଭାଗ୍ୟ. ଯେଉଁ ମହିଳମାନେ ଦିନକୁ ଦୁଇଓଳି ଖାଇବାକୁ ମୁଠେ ପାଉନଥିଲେ ସେମାନେ ଆଜି ବାର୍ଷିକ 5 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛନ୍ତି. ଜଣେ ସାଧାରଣ ମହିଳା ଚମେଲି ଧ୍ରୁବ, ମହିଳାମାନଙ୍କ ଜୀବନକୁ ଏପରି ଏକ ରାସ୍ତା ଦେଖେଇଛନ୍ତି ଯାହାଦ୍ୱାରା ସେମାନେ ବିକ୍ରି କରୁଥିବା କାଠ ଆଜି ସୁନା ପାଲଟିଯାଇଛି. ଛତିଶଗଡ  ରାଜଧାନୀ ରାୟପୁରର ଗାଁ ବରତୋରୀର ମହିଳାଶ୍ରମିକକୁ ଯେତେବେଳେ କାମ ନମିଳେ ଘର ଚଳାଇବା ପାଇଁ ସେମାନେ ଆମ୍ବକାଠକୁ ରାୟପୁର ଗୋଲବଜାରର ପୂଜାସାମଗ୍ରୀ ଦୋକାନରେ କିଲୋପ୍ରତି 1 ଟଙ୍କାରେ ବିକ୍ରି କରିଥାନ୍ତି. ଏହି ସମୟରେ ଚମେଲୀ ସେମାନଙ୍କୁ ଜଙ୍ଗଲକୁ ନେଇ ନବଗ୍ରହ କାଠକୁ ଚିହ୍ନାଇଦେଇଥିଲା ଯାହାକୁ ବିକ୍ରି କରି ଭଲ ଆୟ କରିହେବ ଏବଂ ଏଥିପାଇଁ ତୁମ ମାନଙ୍କୁ ଏକାଠି କାମ କରିବାକୁ ପଡିବ. ତା ପରେ ସେମାନେ ନବଜ୍ୟୋତି ସ୍ୱୟଂସହାୟକ ସହ ମିଶି ନବଗ୍ରହ କାଠର ମୂଲ୍ୟ ନିର୍ଦ୍ଧାରଣ କଲେ. ଯେଉଁ ଆମ୍ବକାଠକୁ ପୂର୍ବରୁ କିଲୋ ପ୍ରତି 1ଟଙ୍କାରେ ବିକ୍ରି କରାଯାଉତିଲା ତାକୁ କିଲୋ ପ୍ରତି 5ଟଙ୍କାକୁ ବୃଦ୍ଧି କରାଗଲା ଏବଂ 250 ଗ୍ରାମର ନବଗ୍ରହ କାଠର ମୂଲ୍ୟ 20ଟଙ୍କା ରଖାଗଲା. ମହିଳାଙ୍କ କାମକୁ ଦେଖି ରାଷ୍ଟ୍ରିୟ ଆଜିବିକା ମିଶନ ଆଗକୁ ଆସିଲା ଏବଂ ସେମାନଙ୍କ କାର୍ଯ୍ୟକୁ ବର୍ତ୍ତମାନ ବଜାରରେ ଉପଲବ୍ଧ କରାଯାଉଛି ଯାହାଦ୍ୱାରା ସେମାନେ ବାର୍ଷିକ 5 କୋଟିରୁ ଅଧିକ ଆୟ କରିପାରୁଛନ୍ତି.

LEAVE A REPLY

Please enter your comment!
Please enter your name here