କୁହାଯାଏ ଯେ, କୁକୁରମାନେ ଅଚିହ୍ନା ଲୋକ ଓ କିଛି ଅଜବ ଦୃଶ୍ୟ ଦେଖିଲେ ଭୁକିବାକୁ ଲାଗନ୍ତି. କିନ୍ତୁ ଏଠାରେ ଗୋଟିଏ କୁକୁର ଜଣେ ଗର୍ଭବତୀ ମହିଳାଙ୍କୁ ଦେଖି ଭୁକିବାକୁ ଲାଗିଲା. ହଁ, କଥାଟା ଅଜବ ଲାଗିଲେ ମଧ୍ୟ ସତ. ଏଭଳି ଏକ ଘଟଣା ଘଟିଛି ଇଂଲଣ୍ଡର ଡୋନକୋଷ୍ଟରରେ ରହୁଥିବା 21 ବର୍ଷୀୟ ଅଲହାନାଙ୍କ ସହ. ଘଟଣାଟି ଏପରି ଥିଲା,ଦିନେ ତାଙ୍କର ପୋଷା କୁକୁର କେଓଲା ଅଚାନକ ଅଲହାନାଙ୍କ ପେଟ ପାଖରେ କାନ୍ଦିବାକୁ ଓ ଭୁକିବାକୁ ଲାଗିଲା. କୁକୁରର ଏପରି ଅଜବ ବ୍ୟବହାରକୁ ଅଲହାନା ବୁଝିପାରିନଥିଲେ. ଏହାର କାରଣ ବୁଝିବା ପୂର୍ବରୁ ତାଙ୍କ ପେଟରେ ସେ ଯନ୍ତ୍ରଣା ଅନୁଭବ କଲେ. ହସ୍ପିଟାଲ ଗଲାପରେ ଜଣାପଡିଲା କି ତାଙ୍କୁ ସଂକ୍ରମଣ ହୋଇ ଶରୀରରେ ଆଣ୍ଟିବାୟୋଟିକ୍ ପ୍ରତିରୋଧର ଭାଇରସ୍ ଥିଲା. ଯଦି ଠିକ୍ ସମୟରେ ସେ ହସ୍ପିଟାଲ ଯାଇନଥାନ୍ତେ ତାହାଲେ ତାଙ୍କ ଜୀବନ ପ୍ରତି ବିପଦ ଥିଲା ବୋଲି ଡାକ୍ତର କହିଛନ୍ତି. ଏହାପରେ ସେ କୁକୁର କେଓଲା ପାଖରେ ସବୁଦିନ ପାଇଁ ଋଣି ହୋଇଯାଇଛନ୍ତି ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here