ଆଜି ରାଜ୍ୟରୁ ବାହାରିଥିବା 186 ପଜିଟିଭ୍ କେସ୍ ମଧ୍ୟରେ ରାଜଧାନୀ ଭୁବନେଶ୍ବରର 16ଟି କେସ୍ ରହିଛି I ଏହି 16ଟି କେସ୍ ମଧ୍ୟରୁ 14ଟି ହୋମ କ୍ବାରେଣ୍ଟିନରେ ଥିବା ଲୋକଙ୍କର ହୋଇଥିବା ବେଳେ ଦୁଇଟି ଲୋକାଲ କେସ୍ ରହିଛି I ଏହା ପଳରେ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 122ରେ ପହଞ୍ଚିଛି I ହୋମ୍ କ୍ବାରେଣ୍ଟିନରେ ଥିବା 14 ଜଣ ଆକ୍ରାନ୍ତଙ୍କର ଟ୍ରାଭେଲ୍ ହିଷ୍ଟ୍ରି ରହିଛି I ଏମାନଙ୍କ ମଧ୍ୟରୁ ତିନିଜଣ ପଟିଆ ଶ୍ରୀବିହାର ଅଞ୍ଚଳର ହୋଇଥିବା ବେଳେ ଦୁଇଜଣ ଜୟଦେବ ବିହାର ବିଜୁ ପଟ୍ଟନାୟକ କଲେଜ ପାଖ ଅଂଚଳର, ଦୁଇଜଣ ଚାରିନମ୍ବର ଶାସ୍ତ୍ରୀବିହାର ଅଂଚଳର ଅଛନ୍ତି I ଡୁମୁଡୁମା, କଳିଙ୍ଗ ବିହାର, ନୂଆପଲ୍ଲୀ ଶବର ସାହି, ରସୁଲଗଡ ନେତାଜୀ ବିହାର, ଯଦୁପୁର, ତିନିନମ୍ବର ଓ ସତ୍ୟନଗର ଅଂଚଳରୁ ଜଣେ ଲେଖାଁଏ ପଜିଟିଭ୍ ଚିହ୍ନଟ ହୋଇଛନ୍ତି I ସମସ୍ତଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି I ସେହିପରି ପଳାଶୁଣି ଅଂଚଳରୁ ଦୁଇଟି ଲୋକାଲ କେସ୍ ରହିଛି I

LEAVE A REPLY

Please enter your comment!
Please enter your name here