ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟିକା ସ୍ମୃତି ମାନ୍ଧାନା ଖୁବ ଶୀଘ୍ର ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି । ସେ ପ୍ରସିଦ୍ଧ ଗାୟିକା ପଲକ ମୁଚ୍ଚାଲଙ୍କ ଭାଇ ତଥା ସଙ୍ଗୀତକାର ଏବଂ ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଚାଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ଉଭୟଙ୍କର ନିର୍ବନ୍ଧ ଶେଷ ହୋଇଥିବା ଜଣାପଡ଼ିଛି । ନିଜେ ସ୍ମୃତି ଏକ ଭିଡ଼ିଓ ଜରିଆରେ ଏହି ଖବର ଦେଇଛନ୍ତି । ପଲାଶ ଏବଂ ସ୍ମୃତିଙ୍କ ମଧ୍ୟରେ ପ୍ରାୟ ଦୀର୍ଘ ସମୟଧରି ପ୍ରେମ ସମ୍ପର୍କ ଚାଲିଆସିଛି। ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବାକୁ ମିଳିଥାଏ। ପଲାଶଙ୍କ ଭଉଣୀ ପଲକଙ୍କ ବିବାହ ଅବସରରେ ମଧ୍ୟ ସ୍ମୃତି ଉପସ୍ଥିତ ଥିଲେ। କ୍ରିକେଟ୍ ବିଶ୍ବକପ୍ ଫାଇନାଲରେ ପଲାଶଙ୍କ ପରିବାର ସହ ତାଙ୍କର ପୂରା ପରିବାରଙ୍କୁ ଦେଖିବାକୁ ମିଳିଥିଲା। ଦେଶ ମ୍ୟାଚ୍ ଜିତିବା ପରେ, ପଲାଶ ସ୍ମୃତିଙ୍କୁ ଜାତୀୟ ପତାକା ଧରାଇଥିଲେ ।ଏହା ପରେ ପୁରା କ୍ରିକେଟ ଟିମକୁ ପଲାଶ ନିଜ ଘରକୁ ନିମନ୍ତ୍ରଣ କରି ସମ୍ବର୍ଦ୍ଧିତ କରିଥିଲେ ।













