ଭୋଟ ଦେଉଛନ୍ତି ଧାମନଗରବାସୀ । ଚାଲିଛି ମହାମୁକାବିଲା । କିଏ ହାତେଇବ ଧାମନଗର ଆସନ । ସକାଳ ୭ଟାରୁ ମତଦାନ ପକ୍ରୀୟା ଆରମ୍ଭ ହୋଇଛି । ସକାଳ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ ହୋଇଥିବା ସିଇଓ ସୂଚନା ଦେଇଛନ୍ତି । ଆରମ୍ଭରୁ ୫ଟି ବୁଥ୍‌ରେ ସାମାନ୍ୟ ତ୍ରୁଟି ଥିଲା ବୋଲି ସିଇଓ କହିଛନ୍ତି । ୫ ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ । ୨୫୨ଟି କେନ୍ଦ୍ରରେ ମତଦାନ ବ୍ୟବସ୍ଥା । ଭୋଟ ଦେବେ ୨ ଲକ୍ଷ ୩୮ ହଜାର ୩୫୦ ଭୋଟର । ବିଭିନ୍ନ କେନ୍ଦ୍ରରେ ୯୯୭ ଜଣ ପୋଲିସ କର୍ମଚାରୀ ନିୟୋଜିତ । ବିଜେଡିରୁ ଅବନ୍ତି ଦାଶ, ବିଜେପିରୁ ସୂର୍ଯ୍ୟବଂଶୀ ସୂରଜ ଏବଂ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ରାଜୁ ଦାସଙ୍କ ମଧ୍ୟରେ ଚାଲିଛି କଡା ଟକ୍କର । ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ସକାଳୁ ସକାଳୁ ବିଭିନ୍ନ ବୁଥ୍‌ ବାହାରେ ଭୋଟରଙ୍କ ଲମ୍ବା ଲାଇନ୍‌ ଲାଗିଛି। ମତଦାନ ଚାଲିଥିବା ବେଳେ କେନ୍ଦ୍ର ନିକଟରେ କୌଣସି ଦଳୀୟ ଗାଡ଼ି ବୁଲି ପାରିବ ନାହିଁ ବୋଲି ନିୟମ ରହିଛି। ତେବେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାଶ ଏହି ନିୟମ ଖୋଲାଖୋଲି ଉଲ୍ଲଘଂନ କରିଥିବା ଅଭିଯୋଗ ହୋଇଛି। ବିଜେଡି ପ୍ରାର୍ଥା ଅବନ୍ତୀ ଦାଶଙ୍କ ପ୍ରଚାର ଗାଡ଼ି ବୁଲୁଥିବା ଦେଖିବାକୁ ମିଳିଥିଲା। ବିଜେଡି ପୋଷ୍ଟର ଲାଗି ଥିବା ଏକ ଗାଡିରେ ଆସିଥିଲେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାଶ । ଏହାକୁ ସେଠାରେ ଉପସ୍ଥିତ ଲୋକେ ଦୃଢ ବିରୋଧ କରିଥିଲେ।

LEAVE A REPLY

Please enter your comment!
Please enter your name here