ଭାରତୀୟ ବାୟୁସେନାର ସାହାସୀ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ନେଇ ଏବେ ଯୁବପିଢୀ ଦିୱାନା । ଲୋକମାନେ ଅଭିନନ୍ଦନଙ୍କ ନିଶର ଢେର୍‌ ପ୍ରଶଂସା କରୁଛନ୍ତି। ଆଉ କହୁଛନ୍ତି, ‘ନିଶ ହେବ ତ ଅଭିନନ୍ଦନ ପରି’ । ଅଭିନନ୍ଦନଙ୍କ ନିଶର କ୍ରେଜ୍ ଏତେ ବଢ଼ିଗଲାଣି ଯେ ବିଭିନ୍ନ ଜାଗାରେ, ସେଲୁନ୍‌ରେ ମଧ୍ୟ ଅଭିନନ୍ଦନଙ୍କ ନିଶ ଥିବା ଫଟୋ ଲାଗିଛି ଓ ସେଠାରେ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି। ସୁରକ୍ଷିତ ଭାବେ ଶତ୍ରୁ ଦେଶରୁ ଫେରିବା ପରେ ପ୍ରକୃତ ହିରୋ ହୋଇଯାଇଛନ୍ତି ଅଭିନନ୍ଦନ । ଲୋକମାନେ ଏବେ ତାଙ୍କର ପ୍ରତିଟି ଆଚରଣକୁ ଅନୁକରଣ କରିବାରେ ଲାଗିଛିନ୍ତି । କିଏ କିଏ ନିଜ ନବଜାତ ଶିଶୁର ନାମ ଅଭିନନ୍ଦନ ରଖୁଛନ୍ତି ତ ଆଉ କିଏ ଅଭିନନ୍ଦନଙ୍କ ନିଶକୁ ନେଇ ଦିୱାନା । ବେଙ୍ଗାଲୁରୁରୁ ଏକ ଦୃଶ୍ୟ ସାମ୍ନାକୁ ଆସିଛି। ସେଠାକାର ସ୍ଥାନୀୟ ଯୁବକ ମହମ୍ମଦ ଚାନ୍ଦ ସେଲୁନ୍‌ ଯାଇ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ଅବିକଳ ନକଲ କରିଛନ୍ତି. ସେ କହିଛନ୍ତି ଯେ, ଅଭିନନ୍ଦନଙ୍କର ସେ ଜଣେ ବଡ ଫ୍ୟାନ୍ । ତାଙ୍କର ଲୁକ୍‌ ଖୁବ୍‌ ପସନ୍ଦ ଆସିଛି। ଆମର ସେ ପ୍ରକୃତ ହିରୋ । ଖାଲି ମହମ୍ମଦ ଚାନ୍ଦ ନୁହଁନ୍ତି , ଆଉ ଜଣେ ଟୁଇଟର ବ୍ୟବହାରକାରୀ କହିଛନ୍ତି, ଏବେ ଅଭିନନ୍ଦନଙ୍କ ନିଶର ଟ୍ରେଣ୍ଡ ଚାଲିଛି। ଏହି କ୍ରମରେ ଯଦି କାହାର ନିଶ ନାହିଁ ତେବେ ମନ ଦୁଃଖ କରିବାର କିଛି ନାହିଁ। କଳା ରଙ୍ଗର ମାର୍କରରେ ବି ଅଭିନନ୍ଦନଙ୍କ ଭଳି ନକଲି ନିଶ ଆଙ୍କି ପାରିବେ। ସେହିପରି ଆଜି ଦେଶର ସବୁଠାରୁ ବଡ଼ କମ୍ପାନି ଅମୁଲ ମଧ୍ୟ ଅଭିନନ୍ଦନଙ୍କ ନିଶ ପ୍ରତି ଖୁବ୍‌ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛ। ଶୁକ୍ରବାର ଅଭିନନ୍ଦନ ଫେରିବା ପରେ ତାଙ୍କ ନିଶକୁ ନେଇ ଅମୁଲ ଏକ ବିଜ୍ଞାପନ ପ୍ରସ୍ତୁତ କରିଛି । ଏହାର ଶୀର୍ଷକ ରହିଛି ‘ମୁଛ ନେହିଁ ତୋ କୁଛ୍‌ ନେହିଁ’ । ତାଙ୍କ ନିଶକୁ ସମ୍ମାନ ଦେବା ପାଇଁ ଏପରି କରାଯାଇଥିବା କୁହାଯାଇଛି। ଭିଡିଓଟି ସୋସିଆଲ ମିଡିଆକୁ ଆସିବା ପରେ ତାହା ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here