ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର  ବିଶେଷ ଫିଲ୍ମ ଦେଖିବାକୁ ପସନ୍ଦ କରୁନଥିଲେ ମଧ୍ୟ ନିକଟରେ ଅନିଲ କପୁରଙ୍କ ‘ଫନ୍ନେ ଖାନ୍’ ଓ ବୋନି ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁରଙ୍କ ପ୍ରଥମ ଫିଲ୍ମ ‘ଧଡ଼କ’ ଦେଖିଛନ୍ତି. ଲତା ଦିଦି ଦୁଇଟି ଯାକ ଫିଲ୍ମର ପ୍ରଶଂସା କରିଛନ୍ତି.

ସେ କହିଛନ୍ତି ଯେ ଅନିଲ ଓ ବୋନି କପୁର ତାଙ୍କ ପରିବାରର ବହୁତ ନିକଟତର. ଏମିତିକି ଲତା ଦିଦି, ଅନିଲ ଓ ସୁନିତାଙ୍କ ନିର୍ବନ୍ଧରେ ଯୋଗ ଦେଇଥିବା କଥା ମଧ୍ୟ ମନେପକାଇଥିଲେ.

ସେ ଆହୁରି କହିଥିଲେ ଯେ ଶ୍ରୀଦେବୀଙ୍କ ପରେ ଜାହ୍ନବୀ ହିଁ ବୋନୀଙ୍କ ପାଇଁ ହସ ପାଲଟିଯାଇଛି. ‘ଧଡ଼କ’ ରେ ଜାହ୍ନବୀ ଭଲ ଅଭିନୟ କରିଛନ୍ତି ଓ ସେ ଜାହ୍ନବୀଙ୍କ ପାଇଁ ଗୀତ ଗାଇବାର ଇଚ୍ଛା ମଧ୍ୟ ବ୍ୟକ୍ତ କରିଛନ୍ତି. ଲତା ମଙ୍ଗେସକର ଜାହ୍ନବୀଙ୍କ ମାଆ ଶ୍ରୀଦେବୀଙ୍କ ପାଇଁ ବହୁତ ସୁପରହିଟ୍ ଗୀତ ଗାଇଛନ୍ତି.

LEAVE A REPLY

Please enter your comment!
Please enter your name here