କର୍କଟ ଭଳି ରୋଗର ନା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ଖେଳିଯାଏ । କର୍କଟ ମଧ୍ୟରେ ଓଠ କର୍କଟ ଏକ ସାଧାରଣ ରୋଗ ନୁହେଁ । ଏବଂ ଏହାର ଉପଚାର ମଧ୍ୟ ଏତେ ସହଜ ନୁହେଁ । ଏହି ରୋଗ ହେଲେ ଜଣେ ଲୋକ ଖାଇବା ଓ ପିଇବାରେ ବହୁତ କଷ୍ଟ ଅନୁଭବ କରିଥାଏ । ଏବଂ ଏହି ରୋଗରେ ସାଧାରଣତଃ ଓଠରେ ଘା’ହେବା ସହ ଓଠରୁ ରକ୍ତ ବାହାରିଥାଏ । କେବେ କେବେ ଏହି ଘା’ ମୁହଁର ଭିତର ପର୍ୟ୍ୟନ୍ତ ମଧ୍ୟ ହୋଇଯାଏ.ତେବେ ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ବିଷୟରେ..
ପୀଡିତ ବ୍ୟକ୍ତିଙ୍କର ଦାନ୍ତ ଢିଲା ହେବାକୁ ଲାଗେ
ଓଠରେ ଯନ୍ତ୍ରଣା ଲାଗି ରହେ
ଓଠ ଏବଂ ତା ଆଖପାଖରୁ ରକ୍ତ ବାହାରେ
ଓଠ ଉପରେ ଧଳା ଓ ନାଲି ରଙ୍ଗର ଚିହ୍ନ ହୋଇଯାଏ
ଗାଲ ଏବଂ ମୁହଁରେ ଦରଜ ରହେ
କଣ୍ଠ ସ୍ୱରରେ ପରିବର୍ତ୍ତନ ଆସେ
ଓଠ କର୍କଟ ହେବାର କାରଣ :-
ତମ୍ବାଖୁ ଓ ଗୁଟଖା ଖାଉଥିବା ଲୋକଙ୍କ ଠାରେ ଏହି ରୋଗ ଅତ୍ୟଧିକ ମାତ୍ରାରେ ପରିଲକ୍ଷିତ ହୁଏ ।
ସୂର୍ୟ୍ୟ କିରଣରେ ବେଶି ସମୟ ଧରି ରହୁଥିବା ଲୋକଙ୍କ ମଧ୍ୟରେ ଏହା ଦେଖାଦେଇଥାଏ ।
ଅତ୍ୟଧିକ ମାତ୍ରାରେ ସିଗାରେଟ୍ ଟାଣିବା ଦ୍ୱାରା ମଧ୍ୟ ଏହି ରୋଗର ସମ୍ଭାବନା ଥାଏ ।