ସୁସ୍ଥ ଶରୀର ପାଇଁ ଫଳ ଖାଇବା ନିତ୍ୟାନ୍ତ ଆବଶ୍ୟକ। କିନ୍ତୁ ଫଳ ଭିତରେ ସେଓ ଏମିତି ଏକ ଫଳ ଯେଉଁଥିରେ ଭିଟାମିନ ଏ, ଭିଟାମିନ ସି,ଫାଇବର,ପୋଟାସିୟମ ଓ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ରହିଥାଏ। କହିବାକୁ ଗଲେ ସେଓରେ ପାଖାପାଖି ୯୫ ପ୍ରତିଶତ କ୍ୟାଲୋରୀ ରହିଥାଏ। ତେବେ ସେଓ ଖାଇଲେ ଆପଣ କେତେ ମାତ୍ରାରେ ରୋଗମୁକ୍ତ ହେବେ ତାହା ନିର୍ଭର କରେ ଆପଣଙ୍କ ସେଓ ଖାଇବାର ପ୍ରଣାଳୀ ଉପରେ। ପ୍ରାୟତଃ ଲୋକମାନେ ସେଓର ଚୋପାକୁ ଛଡାଇ ଖାଇବାକୁ ପସନ୍ଦ କରିଥାନ୍ତି। କିନ୍ତୁ କିଛି ଲୋକମାନଙ୍କ ମନରେ ପ୍ରଶ୍ନ ଥାଏ କି ସେଓକୁ କିପରି ଖାଇଲେ ସେମାନଙ୍କ ପାଇଁ ଲାଭଦାୟକ ହେବ। ପ୍ରେଷ୍ଟିସାଇଡ ଡର ପାଇଁ ଲୋକେ ସେଓର ଚୋପାକୁ ଛଡେଇ ଖାଇଥାନ୍ତି। କିନ୍ତୁ ଗୋଟିଏ ସେଓର ଚୋପାରେ ୪.୪ ଗ୍ରାମର ଫାଇବର,ସୋଲ୍ୟୁବ୍ଲ ଓ ଇନସୋଲ୍ୟୁବ୍ଲ ରହିଥାଏ। ଏବଂ ଇନସୋଲ୍ୟୁବ୍ଲ ର ମାତ୍ରା ପାଖାପାଖି ୭୭ ପ୍ରତିଶତ ରହିଥାଏ। ଯାହା କୋଷ୍ଠକାଠିନ୍ୟ ଭଳି ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ। ସୋଲ୍ୟୁବ୍ଲ ମଧ୍ୟ ଫାଇବର ବ୍ଲଡ ସୁଗାରର ମାତ୍ରାକୁ ନିୟନ୍ତ୍ରଣ କରିବା ସହ ନ୍ୟୁଟ୍ରିସନକୁ ସ୍ଥିର କରିଥାଏ, ଏବଂ ଶରୀରରେ କୋଲେଷ୍ଟରର ମାତ୍ରାକୁ କମାଇଥାଏ। ଗୋଟିଏ ସେଓର ଚୋପାରେ ୮.୪ ମିଲିଗ୍ରାମ ଭିଟାମିନ-ସି ଓ ୨୯.୪ ମାଇକ୍ରୋଗ୍ରାମ ଭିଟାମିନ-ଏ ରହିଥାଏ। ତେଣୁ ସେଓର ଚୋପାକୁ ଛଡାଇଦେବା ଦ୍ୱାରା ୬.୪ ମିଲିଗ୍ରାମ ଭିଟାମିନ-ସି ଓ ୧୮.୩ ଗ୍ରାମ ଭିଟାମିନ-ଏ ନଷ୍ଟ ହୋଇଯାଇଥାଏ। କହିବାକୁ ଗଲେ ଗୋଟିଏ ସେଓର ଚୋପାରେ ପୂରା ସେଓର ଅଧା ଭିଟାମିନ୍ ରହିଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେଓର ଚୋପାକୁ ନଛଡାଇ ଚୋପା ସହ ଖାଇବା ଉଚିତ୍।

LEAVE A REPLY

Please enter your comment!
Please enter your name here