ମନ୍ଦାର ଫୁଲ ହେଉଛି ଏକ ଫୁଲ ଯାହା ସମସ୍ତଙ୍କ ବଗିଚାରେ ଅତି ସହଜରେ ମିଳିଯାଏ. ମନ୍ଦାର ଫୁଲକୁ ସମସ୍ତେ ପୂଜା କରନ୍ତି ସତ, ହେଲେ ଏହାର ପତ୍ର ଯେ ଆମ ଶରୀର ପାଇଁ କେତେ ଉପକାରୀ ଏହା ସମସ୍ତେ ଜାଣନ୍ତିନି. ଏହି ପତ୍ର ଖାଇବା ଦ୍ୱାରା ଆମେ ବିଭିନ୍ନ ପ୍ରକାର ରୋଗରୁ ଆରୋଗ୍ୟ ଲାଭ କରିଥାଉ. ଇଂରାଜୀରେ ଗୋଟିଏ କଥା ଅଛି- ‘health is wealth’. ଆଜ୍ଞା ହଁ, ଏହା ସଂପୂର୍ଣ୍ଣରୂପେ ସତ. ଯଦି ଆମ ଶରୀର ଠିକ୍ ନାହିଁ ତାହାଲେ ପାଖରେ ଯେତେ ଧନ ଥିଲେ ତାର ମାନେ କିଛି ନାହିଁ. ଆଜି ଆମେ ମନ୍ଦାର ଫୁଲ ପତ୍ରର ଏମିତି କିଛି ଗୁଣ ବିଷୟରେ ଜଣାଇବୁ ଯାହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ହେବ. ଆଜିକାଲି ସାଧାରଣତଃ ଲୋକମାନେ ବେଶି ଉଚ୍ଚ ରକ୍ତଚାପର ଶିକାର ହେଉଛନ୍ତି. ଏଥିରୁ ମୁକ୍ତି ପାଇବା ପାଇଁ ମନ୍ଦାର ପତ୍ରରୁ ପ୍ରସ୍ତୁତ ଚା ପିଇବା ଆବଶ୍ୟକ. ଏହି ରସ ପିଇବା ଦ୍ୱାରା ଶରୀରର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ. ପାଚନ ତନ୍ତ୍ରରେ ହେଉଥିବା ଷ୍ଟୋନକୁ ମଧ୍ୟ ଏହା ମୂଳରୁ ଭଲ କରିଦେଇଥାଏ. ଏହାଛଡା ଶରୀରରୁ ବ୍ଲଡ କୋଲେଷ୍ଟରକୁ ବାହାର କରିବାରେ ମନ୍ଦାର ପତ୍ର ରସ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ.

LEAVE A REPLY

Please enter your comment!
Please enter your name here