ଗୋଟିଏ ଜିନିଷ ଯାହାକି ଗ୍ରାହକ ମାନେ ଟେଲିକମ କମ୍ପାନୀଠାରୁ ମାଗଣାରେ ପାଉଛନ୍ତି ତାହା ହେଉଛି ଇନକମିଂ କଲ୍ . ହେଲେ ତାହା ମଧ୍ୟ ଏବେ ବନ୍ଦ ହେବାକୁ ଯାଉଛି . ଗ୍ରାହକ ମାନଙ୍କୁ ଏବେ ନିଜ ପକେଟରୁ ଇନକମିଂ କଲ ପାଇଁ ପଇସା ଦେବାକୁ ପଡ଼ିବ . କଥାଟା ଶୁଣିବାକୁ ଭଲ ଲାଗୁନଥିଲେ ବି ସତ . କମ୍ପାନୀ ଗୁଡ଼ିକ ଚାଲିଥିବା ଘାଟା ଅବସ୍ଥା ଏଭଳି ନିଷ୍ପତି ନେବାକୁ ସେମାନଙ୍କୁ ବାଧ୍ୟ କରିବ ବୋଲି ସୂଚନା ମିଳିଛି . ଗତ କିଛି ବର୍ଷ ହେବ ଟେଲିକମ କ୍ଷେତ୍ରରେ ବଡ଼ ଧରଣର ପରିବର୍ତ୍ତନ ଆସିଥିବାର ସମସ୍ତେ ଜାଣିଛନ୍ତି . ଏହାର ପ୍ରମୁଖ କାରଣ ହେଉଛି ଜିଓର ଟେଲିକମ ବଜାରରେ ପ୍ରବେଶ . ଭାରତର ପ୍ରଥମ ଟେଲିକମ କମ୍ପାନୀ ଜିଓ ଯେକି ମାଗଣାରେ କଲ କରିବାର ସୁବିଧା ଗ୍ରାହକ ମାନଙ୍କୁ ଯୋଗାଇ ଆସିଛି . କେବଳ ଡାଟାପାଇଁ ଗ୍ରାହକ ମାନଙ୍କୁ ପେମେଣ୍ଟ ଦେବାକୁ ଓ ତାହା ବି କମ ଦରରେ ବୋଲି କମ୍ପାନୀ ଘୋଷଣା କରଛି . ଜିଓର ଏଭଳି ସ୍କିମ ଟେଲିକମ ମାର୍କେଟରେ ହଇଚଇ ସୃଷ୍ଟି କରିଦେଇଥିଲା . ଧିରେଧିରେ ଗ୍ରାହକ ମାନେ ଜିଓ ଅଭିମୁଖୀ ହେବା ସହ ଅନ୍ୟ କମ୍ପାନୀ ପ୍ରତି ବିମୁଖ ଭାବ ଟେଲିକମ କମ୍ପାନୀ ଗୁଡ଼ିକୁ ଚିନ୍ତାରେ ପକାଇ ଦେଇଥିଲା . ନିଜ ପ୍ଲାନ ଗୁଡ଼ିକୁ ବଦଳାଇ କମ୍ପାନୀ ଗୁଡ଼ିକ ଜିଓ ଭଳି ସ୍କିମ ଦେବା ଆରମ୍ଭ କଲେ ଯାହାକି ତାଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା . ଏହାଛଡ଼ା ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ କେବଳ ଇନକମିଂ ପାଇଁ ଫୋନ ବ୍ୟବହାର କରିଥାନ୍ତି . ସେଥିପାଇଁ ସେମାନେ ପ୍ରାୟତଃ ୧୦ ଟଙ୍କା ରିଜାର୍ଜ କରିଥାନ୍ତି . ତେଣୁ ଆଭରେଜ ରେଭିନ୍ୟୁ ପର ୟୁଜର ବା ଏଆରପିୟୁ ଅର୍ଥାତ ଜଣେ ଗ୍ରାହକ ପିଛା ମିଳୁଥିବା ରାଜସ୍ୱ ମଧ୍ୟ କମିବାରେ ଲାଗିଛି . ଏହି ଅର୍ଥାବସ୍ଥା ଏଭଳି ଧକ୍କା ଦେଇଛି ଯେ ଆଇଡିଆ ଓ ଭୋଡାଫୋନ ଭଳି କମ୍ପାନୀ ନିଜ ନିଜ ମଧ୍ୟରେ ଏକାଠି ହେବାକୁ ଲାଗିଲେଣି . ତେଣୁ ଏଆରପିଓ ବୃଦ୍ଧି ପାଇଁ କମ୍ପାନୀ ଗୁଡ଼ିକ ଏବେ ଇନକମିଂ କଲ ମଧ୍ୟ ଦେୟଯୁକ୍ତ କରିବାର ନିଷ୍ପତି ନେଲେଣି . କେତେକ ଟେଲିକମ କମ୍ପାନୀ ମିନିମମ ରିଚାର୍ଜ ପ୍ଲାନ ପ୍ରାୟତଃ ଆରମ୍ଭ କରିସାରିଲେଣି . ଯେମିତିକି ୩୫ ଟଙ୍କାର ରିଜାର୍ଜ କରି ଗ୍ରାହକ ୨୬ ଟଙ୍କାର ଟକଟାଇମ ପାଇବା ସହ ୧୦୦ଏମବି ଡାଟା ବାଲାନ୍ସ ୨୮ ଦିନ ପାଇଁ ପାଇ ପାରିବେ . ଏୟାରଟେଲ ମଧ୍ୟ ୩୫, ୬୫ ଓ ୯୫ ଟଙ୍କାର ରିଜାର୍ଜ ପ୍ଲାନ ଲଞ୍ଚ କରିସାରିଲାଣି . ଏହି ପରିସ୍ଥିତିରେ ଦେୟଯୁକ୍ତ ଇନକମିଂ କଲର ନିଷ୍ପତି ଅବଶ୍ୟମ୍ଭାବୀ ବୋଲି ଏକ ପ୍ରକାର ଜଣା ପଡ଼ିଯାଉଛି . କମ୍ପାନୀ ମାନଙ୍କର ଏଭଳି ପଦକ୍ଷେପ ଗ୍ରାହକ ମାନଙ୍କୁ କେତେ ସୁହାଉଛି ଦେଖିବାକୁ ବାକି ରହିଲା .

LEAVE A REPLY

Please enter your comment!
Please enter your name here