ଆଜିକାଦିନରେ ଯୁବପୀଢିଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକଙ୍କୁ ରେଷ୍ଟୁରାଣ୍ଟରେ ଖାଇବାକୁ ଭାରି ପସନ୍ଦ । କିନ୍ତୁ ଏହି ରେଷ୍ଟୁରାଣ୍ଟରେ ଖାଇବାର ପରିଣାମ ଏତେ ଜଟିଳ ବି ହେଇପାରେ ଆପଣ ଅନୁମାନ କରିନଥିବେ । ବାହାରେ ଖାଇଥିବା ଜଣେ ବ୍ୟକ୍ତିଙ୍କୁ ତାଙ୍କ ହାତ ହରାଇବାକୁ ପଡିଥିଲା । ଏହି ଘଟଣା ଘଟିଛି ଦକ୍ଷିଣ କୋରିଆରେ । ଜଣେ ୭୧ ବର୍ଷିୟ ବ୍ୟକ୍ତି ସୁଶୀ, ମାଛ ଓ ଭାତରେ ତିଆରି ଏକ ବ୍ୟଞ୍ଜନ ରେଷ୍ଟୁରାଣ୍ଟରେ ଖାଇଥିଲେ । କିନ୍ତୁ ଘରେ ପହଞ୍ଚିବାର ୧୨ଘଣ୍ଟା ପରେ ତାଙ୍କ ହାତର ଚମଡା ସଢିବାକୁ ଲାଗିଥିଲା ଏବଂ ତାଙ୍କ ହାତରେ ଫୋଟକା ହେବାକୁ ଲାଗିଥିଲା । ଦୁଇଦିନର ଯନ୍ତ୍ରଣା ପରେ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ ଏହା ମାଂସ ଭକ୍ଷଣକାରୀ ଜୀବାଣୁ ବିବ୍ରିୟୋ ଯୋଗୁଁ ହୋଇଛି ବୋଲି ଜଣାପଡିଥିଲା । କିନ୍ତୁ ଡାକ୍ତର ପୁଜ ବାହାର କରିବା ସମୟରେ ବହୁତ ବିଳମ୍ବ ହୋଇଯାଇଥିଲା । ସେ ବ୍ୟକ୍ତି ମଧୁମେହ ଓ କିଡନୀ ରୋଗରେ ମଧ୍ୟ ଆକ୍ରାନ୍ତ ଥିଲେ । ଏବଂ ତାଙ୍କ ଅବସ୍ଥା ଏତେ ଜଟିଳ ଥିଲା ଯେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତରମାନଙ୍କୁ ତାଙ୍କ ହାତ କାଟିବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here