ରେଳଯାତ୍ରୀଙ୍କ ପାଇଁ ଖୁସି ଖବର. ଦେଶରେ ଗଡିବ ୱେଦରପ୍ରୁଫ୍ ଟ୍ରେନ. ନ୍ୟାଶନାଲ କ୍ୟାପିଟାଲ ରିଜନ ଟ୍ରାନ୍ସପୋର୍ଟ କର୍ପୋରେସନ ଦିଲ୍ଲୀ-ମିରଟ ଓ ଦିଲ୍ଲୀ-ଅଲବର କରିଡର ପାଇଁ ୱେଦର ପ୍ରୁଫ ରାପିଡ ଟ୍ରେନ କିଣିବାକୁ ନିଷ୍ପତ୍ତି ନେଇଛି. ଯାହାଫଳରେ  ଗୋଟିଏ ପଟେ ଅନ୍ଧାର, ବର୍ଷା କି କୁହୁଡିର ଭୟ ନଥିବ କି ଅନ୍ୟପଟେ ଯାତ୍ରୀମାନଙ୍କୁ ଏତେ ହଇରାଣ ହରକତ ମଧ୍ୟ ହେବାକୁ ପଡିବନାହିଁ. ତେବେ ଏହି ୱେଦରପ୍ରୁଫ ଟ୍ରେନରେ ସ୍ମାର୍ଟ କୋଚ ଲଗାଯିବା ସହ ବିଭିନ୍ନ ପ୍ରକାରର ଫିଚର ମଧ୍ୟ  ରହିବ. ଏହାର ଆକାର ଏରୋଡାଇନାମିକ୍ସ ଭଳି ରହିବା ସହ ସେନ୍ସର ମଧ୍ୟ ଲଗାଯିବ ଓ  ଟ୍ରେନର ସମସ୍ତ ସୂଚନା ରାପିଡ ରେଲ କଣ୍ଟ୍ରୋଲ ରୁମକୁ ମିଳିବ. ଏହାକୁ ବାଦ୍ ଦେଲେ ଟ୍ରେନରେ ସିସିଟିଭି କ୍ୟାମେରା ଲଗାଯିବା ସହ ଟ୍ରେନର ସମସ୍ତ ଗତିବିଧି ଉପରେ ନଜର ରଖାଯିବ. ଏହାର ନିର୍ମାଣ ଦ୍ୱାରା  ଆଇଜିଆଇ ଏୟାରପୋର୍ଟ ଯାଉଥିବା ଲୋକମାନେ ବେଶ୍ ଉପକୃତ ହୋଇପାରିବେ.

LEAVE A REPLY

Please enter your comment!
Please enter your name here