ସାମ୍ବାଦିକ ଅଭିଜିତ ଆୟାର ମିତ୍ର ଓଡିଶା, ଆରଧ୍ୟା ଦେବତା ଜଗନ୍ନାଥ ମହାପ୍ରଭୁ , କୋଣାର୍କ ସୁର୍ଯ୍ୟମନ୍ଦିର ଓ ବିଧାୟକମାନଙ୍କ ପ୍ରତି ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ପାଇଁ ବିଧାନସଭା ଗୃହ କମିଟି ନୋଟିସ ଜାରି କରିବ । ଅକ୍ଟୋବର ୧୧ରେ ଆୟାରଙ୍କୁ ଗୃହକମିଟିରେ ହାଜର ହେବାକୁ ସମନ ଜାରି କରାଯିବା ନେଇ କମିଟିର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର ସୁଚନା ଦେଇଛନ୍ତି । ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ପୂର୍ବାହ୍ନ ୧୧ଟାରେ ହାଜର ହେବାକୁ ନିଦେ୍ର୍ଦଶ ହୋଇଛି ।
ଅଭିଜିତ ଆୟାରଙ୍କ ନାଁରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ନେଇ ଶୁକ୍ରବାର ଗୃହ କମିଟିରେ ଦ୍ୱିତୀୟ ବୈଠକ ବସିଥିଲା । ଆୟାରଙ୍କ ବିରୋଧରେ ଆସିଥିବାର ଅଭିଯୋଗର ପ୍ରମାଣ ରହିଛି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ତାଙ୍କୁ ସମନ ଜାରି କରାଯିବ ବୋଲି ଶ୍ରୀ ମିଶ୍ର ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here